Masthead

ପୃଥିବୀର ସବୁଠାରୁ ବଡ଼ ଜାହାଜ ‘ଆଇକନ୍ ଅଫ ଦ ସିସ୍’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୃଥିବୀର ସବୁଠାରୁ ବଡ଼ ଜାହଜ ‘ଆଇକନ୍ ଅଫ ଦ ସିସ୍’ । ୨୦୨୪ ଜାନୁୟାରୀରେ ସମୁଦ୍ର ବକ୍ଷ ଚିରି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ । ପିନଲ୍ୟାଣ୍ଡର ଜାହଜ ପ୍ରସ୍ତୁତକାରୀ କମ୍ପାନୀ ରୟାଲ କାରବେନ୍ ଇଣ୍ଟରନାଶନ୍ୟାଲ ଏହି ଜାହାଜକୁ ନିର୍ମାଣ କରିଛି । ପ୍ରଥମ ଦିନରେ ୫ ହଜାର ୬୧୦ ଯାତ୍ରୀ ଓ ୨ହଜାର ୩ ଶହ ୫୦ କ୍ରିୟୁ ମେମ୍ବରଙ୍କୁ ନେଇ ଏହି ଜାହଜ ଯାତ୍ରା କରିବ । ଟାଇଟାନିକ ଜାହାଜ ଠାରୁ ୫ ଗୁଣ ବଡ଼ ‘ଆଇକନ୍ ଅଫ ଦି ସିସ୍’ର ଓଜନ ୨୫୦, ୮୦୦ ଟନ ।

ସୂଚନା ଯୋଗ୍ୟ ଯେ ୧୯୧୨ରେ ନିର୍ମିତ ଟାଇଟାନିକ ପୃଥିବୀର ସବୁଠାରୁ ବଡ଼ ଜାହାଜ ଥିଲା । ଏହାର ଓଜନ ଥିଲା ୫୦, ୨୧୦ ଟନ । ଜାହଜ ‘ଆଇକନ୍ ଅଫ ଦି ସିସ୍’ ସବୁ କ୍ଷେତ୍ରରେ ଟାଇଟାନିକ ଠାରୁ ୫ ଗୁଣା ଅଧିକ । ‘ଆଇକନ୍ ଅଫ ଦି ସିସ୍’ର ପ୍ରଥମ ଯାତ୍ରୀ ହେବା ପାଇଁ ହଜାର ହଜାର ଲୋକ ଟିକେଟ ବୁକିଂ କରିସାରିଛନ୍ତି । ୨୦୧୬ ଅକ୍ଟୋବରରେ ଏହି ବିଶାଳ ଜାହଜ ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରଶାନ୍ତ ମହାସାଗରରେ ୨୦୨୩ ଏପ୍ରିଲ ୫ ତାରିଖରେ ଏହାର ଟ୍ରାଏଲ ରନ ହୋଇଥିଲା । ପୃଥିବୀର ଏହା ଏକ ସବୁଠାରୁ ସୌଖିନ ଜାହାଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!