Masthead

ଖବର ପ୍ରସାରଣ ପରେ ମ୍ୟାନେଜରଙ୍କ ପ୍ଲାନ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କ ନାଁରେ ମିଛ ଏଫଆଇଆର୍ । ହୋଟେଲରେ ଅନୈତିକ କାମର ଖବର ପ୍ରସାରଣ ପରେ ମ୍ୟାନେଜରଙ୍କ ପ୍ଲାନ୍ । ଭୋଗରାଇ ତାଳସାରୀ ସାମୁଦ୍ରିକ ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ବିଏଲ ଟି ଇଣ୍ଟରନ୍ୟାସନାଲ ହୋଟେଲରେ ଅନୈତିକ କାରବାର ନେଇ ବାରମ୍ବାର ଖବର ପ୍ରସାରଣ ପରେ ହୋଟେଲ ମ୍ୟାନେଜର ଆମ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ଏ ଘଟଣାରେ ବର୍ତ୍ତମାନ ହୋଟେଲର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ ମଧ୍ୟ କରିଛନ୍ତି । ହୋଟେଲରେ କ’ଣ ଚାଲିଛି ତାର ଗୁମର ସେ ଖୋଲିଛନ୍ତି ।

ତେବେ ପ୍ରଥମେ ସମସ୍ତ ପ୍ରତିକ୍ରିୟା ଶୁଣିନିଅନ୍ତୁ । ଆପଣ ହୋଟେଲର କଳାକାରନାମାର ପ୍ରତିକ୍ରିୟା ଶୁଣିଥିଲେ । ଏବେ ହୋଟେଲର ଲାଇସେନ୍ସ ନଥିବା ସ୍ଥାନୀୟ ତହସିଲଦାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମ ଜଳେଶ୍ୱର ପ୍ରତିନିଧି ଏନେଇ ତଦସିଲଦାରଙ୍କୁ ପଚାରିବାରୁ ସେ ଲାଇସେନ୍ସ ନଥିବା କଥା କହିଛନ୍ତି । ସେହିପରି ଅଗ୍ନିଶମ ବିଭାଗ ପାଖରୁ ମଧ୍ୟ ଅଗ୍ନି ସୁରକ୍ଷା ସମ୍ପର୍କିତ ଅନୁମତି ନେିଇ ନାହିଁ ହେଟେଲ କର୍ତ୍ତୃପକ୍ଷ ।

ପ୍ରଶ୍ନ ଉଠୁଛି ହୋଟଲେର ଅନୈତିକ କାମ ଚାଲୁଥିବା ବେଳେ କାହିଁକି ସେଠାରେ କୌଣସି ପଦକ୍ଷେପ ନିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ଭୋଗରାଇ ସାମୁଦ୍ରିକ ଥାନା ଏକପାଖିଆ ତଦନ୍ତ କରୁଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା