Masthead

ଆପଣ ଜାଣନ୍ତି କିଏ ଦୁର୍ନୀତିଗ୍ରସ୍ତ, ଯହି ହିମତ ଅଛି ତାହାଲେ ଧରିକି ଦେଖାନ୍ତୁ : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଢିଲା ଅଡୁଆ । ମନିଷଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କର ୫୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ କରିଛି ଆପ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଓ କେନ୍ଦ୍ର ସରକାର ମିଶି ମନିଷ ସିସୋସିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି । ମିଥ୍ୟା ଖବର ପ୍ରଚାର କରି ସିସୋଦିଆଙ୍କୁ ବଦନାମ କରୁଛନ୍ତି । ସେ ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଯେତେବେଳ ମନିଷଙ୍କ ବିରୋଧରେ କିଛି ପାଇଲେ ନାହିଁ ତାଙ୍କୁ ଇଡ଼ି ମାଧ୍ୟମରେ ବଦନାମ କରିବା ପାଇଁ ଆରମ୍ଭ କରିଛନ୍ତି ।

ଇଡି ମିଥ୍ୟା ଖବର ପ୍ରଚାର କରିଛି ମନିଷଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି ହୋଇଛି । ପ୍ରକୃତରେ ଇଡ଼ି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିଛି ୨୦୧୮ରେ ଯେତେବେଳେ ଦିଲ୍ଲୀର ଏକ୍ସାଇଜ୍ ପଲିସି ମଧ୍ୟ ତିଆରି ହୋଇନଥିଲା। ସେ ଆହୁରି ମଧ୍ୟ କହିଛି ଲୋକମାନେ ଭାବି ନଥିବେ ଯେ ଏପରି ଏକ ଦିନ ଆସିବ ଯେତେବେଳେ ଭାରତ ପରି ଏକ ମହାନ ଦେଶର ପ୍ରଧାନମନ୍ତ୍ରୀ ଖୋଲାଖୋଲି ମିଛ କହି ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାକୁ ଚେଷ୍ଟା କରିବେ। ଆପଣ ଜାଣଛନ୍ତି କିଏ ଦୁର୍ନୀତିଗ୍ରସ୍ତ, ଯହି ହିମତ ଅଛି ତାହାଲେ ଧରିକି ଦେଖାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି