Masthead

କଡ଼ା ସୁରକ୍ଷା ସତ୍ତ୍ୱେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ

କୋଲକାତା (ବଡ଼ ଖବର ବ୍ୟୁରୋ): କଡ଼ା ସୁରକ୍ଷା ମଧ୍ୟରେ ସକାଳୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ପାଇଁ ଭୋଟ ଗ୍ରହଣ । ସୁରକ୍ଷା ଭିତରେ ରାଜ୍ୟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । କେନ୍ଦ୍ରୀୟ ବଳ ଉପସ୍ଥିତି ସତ୍ତ୍ୱେ ଜଳପାଇଗୁଡ଼ି ବୁଥ୍‌ରେ ବିଜେପି କର୍ମୀମାନେ ଅନୂନ୍ୟ ୨ଜଣ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେହିପରି ହୁଗୁଳିରେ ଜଣେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ମାଡ଼ ମରାଯାଇ ବୁଥ୍ ଭିତରକୁ ଛଡ଼ାଯାଇ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ନୁରପୁର ପଞ୍ଚାୟତର ଖୋଲାଖଲି  ୪୪ ଓ ୪୫ ନମ୍ବର ବୁଥ୍‌ରେ ଦୁର୍ବୃତ୍ତମାନେ ବାଲଟ୍ ଚୋରାଇ ନେଇଥିବା କଥା ବଙ୍ଗ ‘ବିଜେପି’ ସଭାପତି କହିଛନ୍ତି। ଏହାଛଡ଼ା, ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି।

ସେଥିରୁ ମୁର୍ଶିଦାବାଦରେ ୩ଜଣ ତୃଣମୂଳ କଂଗ୍ରେସ କର୍ମୀ ନିହତ ହୋଇଛନ୍ତି। ଗତରାତିରେ ରେଜିନଗରରେ ଦେଶୀ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଦଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଣି ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଛି।ସେହିପରି ଆଜି ସକାଳେ କୁଚ୍‌ବେହାର ତୁଫାନଗଞ୍ଜରେ ବି ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ୭୩,୦୦୦ରୁ ଅଧିକ ଆସନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ହେଉଛି ମତଦାନ । ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ । ଆସନ୍ତା ଜୁଲାଇ ୧୧ ତାରିଖରେ ଘୋଷଣା ହେବ ଫଳାଫଳ  । ୬୩୨୨୯ ପଞ୍ଚାୟତ ଓ ୯୭୩୦ ପଞ୍ଚାୟତ ସମିତି ପାଇଁ ଚାଲିଛି ମତଦାନ । ୯୨୮ ଜିଲ୍ଲା ପରିଷଦ ପାଇଁ ଚାଲିଛି ଭୋଟିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା