Masthead

ମତେ ରିଟାୟାର୍ଡ ହେବା ପାଇଁ କହିବାକୁ ସେ କିଏ: ଶରଦ ପାୱାର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମାୟାନଗରୀରେ ଚାଲିଛି ମହାଡ୍ରାମା । ଘଡିକେ ଛୁଟୁଛି ଘୋଡ଼ା । ଅଜିତ ପାୱାର ସିନେ୍ଦ ଗୋଷ୍ଠୀରେ ମିଶିବା ପରେ ଫିଲ୍ମ ଷ୍ଟାଇଲରେ ବଦଳୁଛି ରାଜନୀତି । ଚାଚା-ଭତିଜା ଭିତରେ ଲାଗିରହିଛି ତୁତୁ ମେମେ । କିଛି ଦିନ ତଳେ ପୁତୁରା ଅଜିତ ପାୱାର ଚାଚାଙ୍କୁ ରିଟାୟାର୍ଡ ନେବା ପାଇଁ କହିଥିଲେ । ଆଉ ଏବେ ଏକ ସାକ୍ଷାତକାରରେ ଶରଦ ପାୱାର ପୁତୁରା ଅଜିତଙ୍କୁ କରିଛନ୍ତି ଟାର୍ଗେଟ । କହିଛିନ୍ତି ୮୨ ବର୍ଷରେ ବି ମୁଁ କାମ କରିପାରିବି ।ଏବେ ମୁଁ ବୁଢା ହୋଇନାହିଁ । ସେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଡାଇଲଗକୁ ନେଇ କହିଛନ୍ତି ‘ନା ଟାୟାର୍ଡ ହୁଁ ନା ରିଟାୟାର୍ଡ ହୁଁ’ । ସେ ଅଜିତଙ୍କୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି  ମତେ ରିଟାୟାର୍ଡ ହେବା ପାଇଁ କହିବାକୁ ସେ କିଏ । ମୁଁ ଏବେ ବି କାମ କରି ପାରିବି । ମୁଁ କୌଣସି ମନ୍ତ୍ରୀ ପଦରେ ନାହିଁ। କେବଳ ପାର୍ଟି ପାଇଁ କାମ କରୁଛି ଓ କରିବି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

ତେଣୁ ଅବସର ନେବାକୁ ମୋତେ କହିବାକୁ ଅନ୍ୟମାନଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ମୁଁ ଏବେ ବି ନିଜକୁ ଯୁବକ ଭାବୁଛି ଓ ଖୁବ୍‌ ସକ୍ରିୟ ଭାବେ କାମ ବି କରି ପାରିବି ବୋଲି ସେ କହିଛନ୍ତି ।ଗତ ୫ ତାରିଖରେ ଏନସିପିର ଦୁଇ ଗୋଷ୍ଠୀଙ୍କ ବୈଠକ ବସିଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ବେଆଇନ ବୋଲି କହିଥିଲେ ଅଜିତ ପାୱାର। ଏହାର ଉତ୍ତରରେ ସିନିୟର ପାୱାର କହିଛନ୍ତି, ଯବି ମୋ’ ବୈଠକ ବେଆଇନ, ତେବେ ମୁଁ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରିଥିବାରୁ ତାହା ମଧ୍ୟ ବେଆଇନ ଘୋଷିତ ହେବା ଉଚିତ ।

ଶରଦ ପାୱାର କହିଛନ୍ତି  ୨୦୧୪, ୨୦୧୯ ନିର୍ବାଚନ ପରେ ସରକାରରେ ସାମିଲ ହେବାକୁ ବିଜେପି ସହ ଆଲୋଚନା କରିଥିଲି କିନ୍ତୁ ବିଚାରଧାରା ଭିନ୍ନ ହୋଇଥିବାରୁ ଏହି ପ୍ରକ୍ରିୟା ଆଗକୁ ବଢିନଥିଲା । ଗଣତନ୍ତ୍ରରେ କୌଣସି ଦଳ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସବୁଠୁ ବଡ କଥା ହେଲା, ମୁଁ କେବେ ବି ବିଜେପି ସହ ମେଣ୍ଟ କରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ