ଋଣ ନସୁଝି ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ଯଦୁମଣି ମଲ୍ଲିକ । ଚାଷ କାମ ପାଇଁ ଗ୍ରାମ ରୁ ୪/୫ ଲକ୍ଷ୍ୟ ଟଙ୍କା ହାତ ଉଦ୍ଧାର କରି ଚାଷ କାମରେ ଲଗାଇଥିଲେ। ଚାଷରେ କ୍ଷତି ହେବାରୁ ଉଦ୍ଧାର କରି ଆଣିଥିବା ଟଙ୍କା ଠିକ୍ ସମୟରେ ପରିଶୋଧ କରି ପାରିନଥିଲେ । ଉଦ୍ଧାର ଦେଇଥିବା ଲୋକମାନେ ଯଦୁମଣିଙ୍କୁ ସବୁବେଳେ ମାଗୁଥିଲେ । ସକାଳୁ ଜଣେ ଲୋକ ପଇସା ମାଗିବାରୁ ଯୁକ୍ତି ତର୍କ ମଧ୍ୟ ହୋଇଥିଲା।

ଏହାପରେ ଯଦୁମଣି କାହାକୁ କିଛି ନ ଜଣେଇ ଘର ଠାରୁ ଏକ କିମି ଦୂର ରେ ଥିବା ବିଲକୁ ଯାଇ ସେଠାରେ ଥିବା ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଚାଷ କରୁଥିବା ଗ୍ରାମର ଅନ୍ୟଲୋକେ ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକମାନେ ଯାଇ ଗଛରୁ ଦଉଡ଼ି କାଟି ଯଦୁମଣିଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ଯଦୁମଣିଙ୍କ ମୃତ୍ୟୁ ହୋଇସାରିଥିଲା । ଖବର ପାଇ ବିଂଝାରପୁର ଥାନା ରୁ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!