ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ରାଜନୀତିରେ ବଦଳୁଛି ପାଣିପାଗ । କିଛି ଦିନ ତଳେ ଦୁଇ ପାଇଲଟଙ୍କ ମଧ୍ୟରେ ଚାଲିଥିଲା ତୁତୁମେମେ । ଆଉ ଏବେ ଅଥାତ୍ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟ ଓ ଅଶୋକ ଗେହଲେଟ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି । ଦଳ ଭିତରେ ରହି ମୋ ସହ ଯାହା ବି ହୋଇଛି, ସବୁ କିଛି ଭୁଲିଯାଇଛି ଓ ଲୋକଙ୍କୁ କ୍ଷମା କରିଦେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଥିବା ସମସ୍ତ ବିବାଦକୁ ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ସଚିନ ପାଇଲଟ ।
ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପରାମର୍ଶ ଦେଇଥିଲେ । ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସମସ୍ତେ ଦାୟିତ୍ୱ ନେଲେ ଆଗକୁ ନିର୍ବାଚନ ବୈତରଣୀ ପାର ହୋଇପାରିବା ବୋଲି କହିଛନ୍ତି ସଚିନ ପାଇଲଟ୍ । ୨୪ ନିର୍ବାଚନ ପୂର୍ବରୁ ରାଜସ୍ଥାନ ନିର୍ବାଚନ ଜିତିବାକୁ ପଡ଼ିବ ବୋଲି ସଚିନ ପାଇଲଟ କହିଛନ୍ତି ।