Before Header

ରାଜ୍ୟରେ ୪ହଜାର ପରୀ-ପିହୂ ନିଖୋଜ

0 37

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଅସୁରକ୍ଷିତ ଶିଶୁ, ଖାଲି ପରୀ କି ପିହୁ ନୁହେଁ ଏଭଳି ହଜାର ହଜାର ଶିଶୁ ନିଖୋଜ ହୋଇଛନ୍ତି । ପରୀ ହଜିଗଲା, ମିଳିଲା କଙ୍କାଳ । ପିହୁ ମିଳୁନି । କାନ୍ଦି କାନ୍ଦି ଛୁଆକୁ ଖୋଜୁଛନ୍ତି ବାପା-ମା’ । ଗୋଟିଏ ପରୀ କି, ଗୋଟିଏ ପିହୁ ନୁହେଁ, ରାଜ୍ୟରେ ହଜାର ହଜାର ପିହୂ-ପରୀ ନିଖୋଜ, ନିରୁଦ୍ଦିଷ୍ଟ । ବାପା-ମା’ଙ୍କ କୋଳରୁ ହଜିଯାଉଛନ୍ତି ଛୁଆ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ୨୦୨୦ରେ ରାଜ୍ୟରେ ୩୯୧୫ ଶିଶୁ ନିଖୋଜ । ସଂଘାତିକ କଥା ହେଉଛି କି ନିଖୋଜ ଶିଶୁଙ୍କ ଭିତରେ ୯୦ ପ୍ରତିଶତରୁ ଅଧିକ ନାବାଳିକା । ଏନସିଆରବି ରିପୋର୍ଟ କହୁଛ. ମୋଟ୍ ୩୨ଜଣ ୬ବର୍ଷରୁ କମ ଶିଶୁଙ୍କୁ ଅପହରଣ କରାଯାଇଛି, ସେହିଭଳି ୬ରୁ ୧୨ବର୍ଷର ୪୭୮ ଶିଶୁ, ୧୨ରୁ ୧୬ ବର୍ଷର ୨୫୧୮ଜଣ ଓ ୧୬ରୁ ୧୮ବର୍ଷର ମୋଟ ୪୮୦୨ଜଣଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହା ଚିନ୍ତା ଜନକ ବୋଲି କହିଛନ୍ତି ସାମାଜିକ କର୍ମୀ ।

ଶିଶୁ ଅପହରଣ କ୍ଷେତ୍ରରେ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏହାରି ପଛକୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି । ଗଲା ଦୁଇ ବର୍ଷର ରାଜ୍ୟର ନିଖୋଜ ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଏହି ତାଲିକା ଦଶ ହଜାରରୁ ଅଧିକ ହେବ । ସେପଟେ ମହିଳାଙ୍କ ବିରୋଧରେ ମଧ୍ୟ ଅପରାଧ ମାମଲା ଚିନ୍ତା ଜନକ ଭାବେ ବଢିବାରେ ଲାଗିଛି । ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୦ରେ ମୋଟ ୨୫ହଜାର ୪୮୯ଟି ମହିଳା ବିରୋଧି ହିଂସା ମାମଲା ରୁଜୁ ହୋଇଛି । ରାଜ୍ୟରେ ଅସୁରକ୍ଷିତ ଶିଶୁ ଓ ମହିଳା, ସରକାର ମାଆକୁ କାମ ଗାଁକୁ ସମ୍ମାନର କଥା କହୁଥିବା ବେଳେ ରାଜ୍ୟରେ ମାଆ କେତେ ସୁରକ୍ଷୀତ ତାର ଅସଲ ତଥ୍ୟ ପଦାରେ ପକାଇଛି ଏନସିଆବି ରିପୋର୍ଟ । ଗୃହ ବିଭାଗ ଏନସିଆରବି ରିପୋର୍ଟକୁ ଗୁରୁତର ସହ ନେବାକୁ ମତ ପ୍ରକାଶ କରିଛନ୍ତି ସମାଜିକ କର୍ମୀ । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟ ଠାରୁ ଆମ ରାଜ୍ୟ କିଛି ଶିଖୁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.