ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ନାଁରେ ମାମଲା । ମାମଲା ରୁଜୁ କରିଛି ଇନେ୍ଦାର ପୋଲିସ । ଆରଏସଏସ ପୂର୍ବତନ ମୁଖ୍ୟ ଏମ୍.ଏସ୍. ଗୋଲୱଲକରଙ୍କ ବିଷୟରେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଜଣେ ସ୍ଥାନୀୟ ଓକିଲ ଓ ‘ଆର୍ଏସ୍ଏସ୍’ କର୍ମୀ ରାଜେଶ ଯୋଶୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ତୁକୋଗଞ୍ଜ ଥାନା ଅଧିକାରୀ । ଅଭିଯୋଗରେ ଯୋଶୀ ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କୁ ଉସୁକାଇ ଦଳିତ, ପଛୁଆବର୍ଗ, ମୁସଲମାନ ଓ ହିନ୍ଦୁଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି କରାଇବାକୁ ସିଂହ ‘ଫେସ୍ବୁକ୍’ରେ ଗୁରୁଜୀଙ୍କ (ଗୋଲ୍ୱଲ୍କର) ଫଟୋ ଓ ନାଁ ଥିବା ବିବାଦୀୟ ପୋଷ୍ଟର୍ ସେୟାର୍ କରିଛନ୍ତି।
https://twitter.com/digvijaya_28/status/1677464306202574848?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1677464306202574848%7Ctwgr%5E8ce877b15404fa4426ed3e451e1e9afab7d9f192%7Ctwcon%5Es1_c10&ref_url=https%3A%2F%2Fsambad.in%2Findia-and-beyond%2Fpolice-case-against-digvijaya-singh-for-inciting-people-with-ex-rss-chief-poster-1037430%2F
ଏହି ପୋଷ୍ଟ ସଂଘ କର୍ମୀ ଓ ସମଗ୍ର ହିନ୍ଦୁ ସମ୍ପ୍ରଦାୟଙ୍କ ଧାର୍ମିକବିଶ୍ବାସକୁ ଆଘାତ ଦେଇଛି। ସଂଘର ଗରିମା ନଷ୍ଟ କରିବା ଲାଗି ସିଂହ ଗୋଲ୍ୱଲ୍କର୍ଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଅପ୍ରାସଙ୍ଗିକ ପୋଷ୍ଟ୍ ସେୟାର କରିଥିବା କହିଛନ୍ତି ସ୍ଥାନୀୟ ସଂଘ କର୍ମକର୍ତ୍ତା ।