Masthead

ବେଆଇନ ଶାଗୁଆନ କାଠ ଜବତ

ରାମନାଗୁଡା, (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଚୋରା କାଠ ଚାଳାଣ । ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଯେତେ ଉଦ୍ୟମ କରାଗଲେ ମଧ୍ୟ ତାହା ସଫଳ ହୋଇପାରୁନାହିଁ । ଆଜି ଗୁଣୁପୁର ବନ ବିଭାଗ ଆଗରେ ଧରାପଡ଼ିଛନ୍ତି ଏହି କାଠ ମାଫିଆ । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପେଣେକାମ ଠାରେ ୨୬ଖଣ୍ଡ ସାଇଜ ଶାଗୁଆନ କାଠ ଜବତ କରିଛି ଗୁଣୁପୁର ବନବିଭାଗ। ବିଶେଷ ସୁତ୍ରରୁ ଖବରପାଇ ଗୁଣୁପୁର ରେଞ୍ଜର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏହି ଚଢ଼ାଉ ସମୟରେ ୨୬ଖଣ୍ଡ ସାଇଜ ଶାଗୁଆନ କାଠ ଖଣ୍ଡକୁ ଜବତ କରାଯିବା ସହ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଉକ୍ତ ଗିରଫ ୨ ବ୍ୟକ୍ତି ଜଣକ ପୁଟାସିଂ ଅଞ୍ଚଳର ଥୋମାସ ଶବର ଏବଂ ଆବ୍ରାହମ ଶବର। ତାହା ସହିତ ଓଆର-୧୮ଜି-୫୯୯୦ ନମ୍ବର ଏକ ପିକଅପ ଭ୍ୟାନକୁ ଜବତ କରାଯାଇଥିବା ସୂଚନା ମିଳିଛି। ସେମାନେ ଉକ୍ତ କାଠକୁ ବାହାରେ କୈଣସି ବ୍ୟକ୍ତିଙ୍କୁ ଏହି କାଠ ଯୋଗାଉଥିବାବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୪୦ହଜାର ହେବ ବୋଲି ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି।। ଏହି ଚଢ଼ାଉ ସମୟରେ ଗୁଣୁପୁର ବନପାଳ ଏନ୍ଏନ୍ ପାଢ଼ୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ