Masthead

ଚନ୍ଦ୍ରାୟନ-୩ ମିଶନରେ ସାମିଲ ଓଡ଼ିଆ ପୁଅ ଶୁଭାଶିଷ ନାୟକ

ଡେରାବିଶ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରକୁ ଗଲା ଚନ୍ଦ୍ରାୟନ-୩ । ଏହି ମିଶନରେ ସାମିଲ୍ ଅଛନ୍ତି ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗ୍ରାମର ଯୁବକ ଶୁଭାଶିଷ ନାୟକ। ଏବେ ସେ ” ISRO”ରେ Technician ଭାବେ କାର୍ୟ୍ୟରତ ଅଛନ୍ତି । ସୁଭାଶିଷ ଦଶମ ପାସ ପରେ ଆଇଟିଆଇ ପଢା ଶେଷ ହେବା ପରେ ବିଭିନ ଇଣ୍ଟରଭିଉ ଦେଇ ଶେଷରେ ୨୦୧୮ ମସିହାରେ ଇସ୍ରୋରେ ନିଯୁକ୍ତି ପାଇଥିଲେ । ଚାରି ବର୍ଷ ପରେ ସୁଭାଶିଷ ଚନ୍ଦ୍ରାୟନ-୩ ଅଭିଯାନରେ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ମୁକୁନ୍ଦପୁର ମାଟିରୁ ଇସ୍ରୋ ପର୍ୟ୍ୟନ୍ତ ସଫଳ ଅଭିଯାନ ଓ ଚନ୍ଦ୍ରାୟନ ୩ ମିଶନରେ ସାମିଲ ହେବା ପରେ ଖୁସିରେ ଭାବବିହ୍ଵଳ ସୁଭାଶିଷଙ୍କ ପରିବାର ଓ ଅଞ୍ଚଳବାସୀ । ପରିବାରର ଅଭାବୀ ବୋଝ ଭିତରେ ମଧ୍ୟ ସୁଭାଶିଷଙ୍କ ଗୋଟାଏ ଜିଦ ଥିଲା ସେ ମେକାନିକାଲ ଲାଇନରେ ଯିବେ । ପିଲାଦିନୁ ତାଙ୍କର ଏଥିପ୍ରତି ବହୁତ ଆଗ୍ରହ ଥିଲା । ନିଜ ସ୍ବପ୍ନ ଓ ଇଚ୍ଛାଶକ୍ତିକୁ ସଫଳ ରୂପାୟନ କରିବାପାଇଁ ସେ ଆଇଟିଆଇ ପଢିଥିଲେ. ଏବେ ସେ ପାଇଥିବା ସଫଳତାରେ ବାପା,ମାଙ୍କ ଖୁସି କହିଲେ ନସରେ । ପିଲାଟି ଦିନରୁ ଆଜିଯାଏଁ ପୁଅର ପରିଶ୍ରମ ଓ ପରିଶ୍ରମର ସାର୍ଥକତା ସମ୍ପର୍କିତ ବର୍ଣ୍ଣନା କରିଥିଲେ । ନିଜର ଜିଦି ଅଦମ୍ୟ ଇଚ୍ଛାଶକ୍ତି ବଳରେ ସୁଭାଶିସ ଆଜି ସଫଳ ହୋଇପାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା