Masthead

ବିନା ଟ୍ରାଏଲରେ ହେଲା ସିଲେକ୍ସନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ମଙ୍ଗଳବାର ଭାରତୀୟ ଅଲିମ୍ପିକ ଆସୋସିଏସନର ଆଡ-ହକ୍ କମିଟି ଦ୍ୱାରା ଏସିଆନ ଗେମ୍ସ ପାଇଁ କରାଯାଇଛି ଚୟନ । ଯାହାକୁ ନେଇ ସ୍ୱର ଉଠାଇଛନ୍ତି କୁସ୍ତିଯୋଦ୍ଧା । ବିନା ଟ୍ରାଏଲରେ କିପରି ସିଲେକ୍ସନ କରାଯାଉଛି ବୋଲି ଆଣିଛନ୍ତି ଆଲିଗେସନ ।

ଏସିଆନ ଗେମ୍ସ ଟ୍ରାଏଲକୁ ନେଇ ଆସିଲା ଅଭିଯୋଗ । ପ୍ରଶ୍ନ ଉଠାଇଲେ କୁସ୍ତିଯୋଦ୍ଧା । ବିନା ଟ୍ରାଏଲରେ କିପରି ସିଲେକ୍ସନ କରାଯାଉଛି ବୋଲି ଆଣିଲେ ଆଲିଗେସନ । ସିଧାସଳଖ ପୁରୁଣା ଖେଳାଳିଙ୍କୁ ମଉକା ମିଳୁଥିବାରୁ ମୁହଁ ଖୋଲିଲେ ଯୁବ ଖେଳାଳି । ହରିଆଣା ହିସାରରୁ ଆସିଥିବା ୧୯ ବର୍ଷୀୟ ଅନ୍ତିମ ପାଙ୍ଗଲ ଆଣିଛନ୍ତି ପ୍ରଶ୍ନ । ଦୀର୍ଘ ଦିନ ଧରି ସେ ଅଭ୍ୟାସ କରି ଆସୁଛନ୍ତି । ତେବେ ବିନା ଟ୍ରାଏଲରେ ବିନେଶଙ୍କୁ କାହିଁକି ଚୟନ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେବଳ ଅନ୍ତିମ ବୋଲି ନୁହଁନ୍ତି, ରେସଲର ବିଶାଲ କାଲିରମାନ ମଧ୍ୟ ଏହି ସମାନ ଅଭିଯୋଗ ଆଣିଛନ୍ତି । ୬୫ କିଲୋଗ୍ରାମ ବର୍ଗରେ ସେ ଖେଳିଛନ୍ତି । କିନ୍ତୁ ବିନା କୌଣସି ଟ୍ରାଏଲରେ ସିଧାସଳଖ ବଜରଙ୍ଗ ପୁନିଆଙ୍କୁ ମିଳିଛି ଏସିଆନ ଗେମ୍ସର ଟିକେଟ । ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି କିନ୍ତୁ ସେସବୁର କ’ଣ ଫାଇଦା? ଏପରି ସିଲେକ୍ସନରେ ଅସନ୍ତୁଷ୍ଟ ଖେଳାଳି କୋର୍ଟ ଯିବାକୁ ମଧ୍ୟ ପ୍ରସ୍ତୁତ । ତେବେ ଏହି ଅଭିଯୋଗ ପରେ ରେସଲିଂ ସଂଘ କ’ଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼