Masthead

ସରକାର ଓଡ଼ିଶାର ସ୍ୱାର୍ଥ, ହକ, ଅଧିକାର, ସ୍ୱାଭିମାନ ପାଇଁ ଯତ୍ନବାନ ନୁହନ୍ତି : ଅନୀଲ ବିଶ୍ୱାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାନଦୀ ପ୍ରସଙ୍ଗ, ପୋଲାଭରମ ପ୍ରସଙ୍ଗ, କୋଟିଆ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ୟ୍ୟର ବିଷୟ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ସେ କହିଛନ୍ତି ବିଜୁ ଜନତା ଦଳରେ ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ସେମାନେ ଓଡ଼ିଶାର ସ୍ୱାର୍ଥ, ହକ, ଅଧିକାର, ସ୍ୱାଭିମାନ ପାଇଁ ଯତ୍ନବାନ ନୁହନ୍ତି । ଯେବେଠାରୁ ଛତିଶଗଡରେ କଂଗେ୍ରସ ସରକାର ଆସିଲା ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ମହାନଦୀକୁ ନେଇ ଚୁପ ହୋଇଗଲେ । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର କାହିଁକି ବାରମ୍ବାର ସମୟ ନେଉଛନ୍ତି? କାହିଁକି ସରକାର ତଥ୍ୟ ପ୍ରସ୍ତୁତ କରିନାହାନ୍ତି ।

ସମାନ ଭାବରେ ଓଡ଼ିଶା ସରକାର ଏହି ଭଳି ଅବହେଳା କରି ଅତୀତରେ ପୋଲାଭରମ ବିବାଦରେ ଟ୍ରିବ୍ୟୁନାଲରେ ହାରିଲେ । ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହେବାକୁ ଥିବା ବୈଠକ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ମହାନଦୀର ତଳମୁଣ୍ଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ ବ୍ୟାରେଜରୁ କୌଣସି ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ୨୮ଟି ଅନ୍ୟ ପ୍ରକଳ୍ପରୁ ଅଧିକାଂଶର ସର୍ଭେ ବି ଆରମ୍ଭ ହୋଇନାହିଁ । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟିର ଦୁର୍ନୀତି ହୋଇଛି, ଗୋଟିଏ ବି ଗଛ ଲାଗିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର