Masthead

ସରକାର ଓଡ଼ିଶାର ସ୍ୱାର୍ଥ, ହକ, ଅଧିକାର, ସ୍ୱାଭିମାନ ପାଇଁ ଯତ୍ନବାନ ନୁହନ୍ତି : ଅନୀଲ ବିଶ୍ୱାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାନଦୀ ପ୍ରସଙ୍ଗ, ପୋଲାଭରମ ପ୍ରସଙ୍ଗ, କୋଟିଆ ବିବାଦ ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ସ୍ଥାନ ନପାଇବା ବଡ ଆଶ୍ଚର୍ୟ୍ୟର ବିଷୟ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ସେ କହିଛନ୍ତି ବିଜୁ ଜନତା ଦଳରେ ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ ସେମାନେ ଓଡ଼ିଶାର ସ୍ୱାର୍ଥ, ହକ, ଅଧିକାର, ସ୍ୱାଭିମାନ ପାଇଁ ଯତ୍ନବାନ ନୁହନ୍ତି । ଯେବେଠାରୁ ଛତିଶଗଡରେ କଂଗେ୍ରସ ସରକାର ଆସିଲା ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ମହାନଦୀକୁ ନେଇ ଚୁପ ହୋଇଗଲେ । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର କାହିଁକି ବାରମ୍ବାର ସମୟ ନେଉଛନ୍ତି? କାହିଁକି ସରକାର ତଥ୍ୟ ପ୍ରସ୍ତୁତ କରିନାହାନ୍ତି ।

ସମାନ ଭାବରେ ଓଡ଼ିଶା ସରକାର ଏହି ଭଳି ଅବହେଳା କରି ଅତୀତରେ ପୋଲାଭରମ ବିବାଦରେ ଟ୍ରିବ୍ୟୁନାଲରେ ହାରିଲେ । ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହେବାକୁ ଥିବା ବୈଠକ ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ମହାନଦୀର ତଳମୁଣ୍ଡରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧ ବ୍ୟାରେଜରୁ କୌଣସି ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ୨୮ଟି ଅନ୍ୟ ପ୍ରକଳ୍ପରୁ ଅଧିକାଂଶର ସର୍ଭେ ବି ଆରମ୍ଭ ହୋଇନାହିଁ । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟିର ଦୁର୍ନୀତି ହୋଇଛି, ଗୋଟିଏ ବି ଗଛ ଲାଗିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର