Masthead

‘ବିଜେଡିର ମହିଳା ସଂରକ୍ଷଣ ଦାବି କେବଳ ଏକ ରାଜନୈତିକ ଏଜେଣ୍ଡା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ମହିଳା ସଂରକ୍ଷଣ ଦାବି ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ପ୍ରତିକ୍ରି୍ରୟା ରଖିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । କହିଛନ୍ତି ବିଜେଡିର ମହିଳା ସଂରକ୍ଷଣ ଦାବି କେବଳ ଏକ ରାଜନୈତିକ ଏଜେଣ୍ଡା । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସାରେ ଦେଶରେ ଏକ ନମ୍ବର । ରାଜ୍ୟରେ ମହିଳା ହିଂସା ଏକ ସମ୍ବେଦନଶୀଳ ଓ ସାମାଜିକ ପ୍ରସଙ୍ଗ ହୋଇସାରିଲାଣି । ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଦେଶରେ ସବୁଠୁ କମ୍ ।

ଓଡ଼ିଶାରେ ମହିଳାଙ୍କ ରୋଜଗାର ମଧ୍ୟ ଦେଶରେ ତଳ ଆଡୁ ୨ ନମ୍ବର ଅଛି । ମୁଖ୍ୟମନ୍ତ୍ରୀଙ୍କୁ କଣ ଏ ସବୁ ଦେଖାଯାଉ ନାହିଁ । ରାଜ୍ୟରେ ମାତ୍ର ଗୋଟିଏ ମହିଳା ଥାନା । ଆଉ ଅଧିକ ମହିଳା ଥାନା କାହିଁକି କରୁନାହାନ୍ତି ? ଓଡ଼ିଶାରେ ୨୦୧୯ରେ ମାତ୍ର ୩ଟି ଗଣ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ତାହା ବୃଦ୍ଧି ପାଇ ୨୦ରେ ପହଞ୍ଚିଲାଣି । ତେଣୁ ଓଡ଼ିଶାରେ ନବୀନ ପଟ୍ଟନାୟକ ମହିଳାଙ୍କୁ ଅତିକମରେ ସମ୍ମାନ ଏବଂ ସୁରକ୍ଷା ଦିଅନ୍ତୁ ।

ବିଜେଡିରେ ହିଁ ଜଣେ ମହିଳା ନେତ୍ରୀ ତାଙ୍କ ଦଳର ମନ୍ତ୍ରୀଙ୍କ ନାଁରେ ଯୌନ ଶୋଷଣ ଏବଂ ପ୍ରତାରଣା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ । ଏ ସବୁ କଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ଯାଉନାହିଁ । ଯଦି ଓଡ଼ିଶାରେ ବିଜେଡ଼ି ଦଳର ଜଣେ ମହିଳା ନେତ୍ରୀ ସୁରକ୍ଷିତ ନାହାନ୍ତି । ସେଠି ଓଡ଼ିଶାର ମାଆ ଭଉଣୀ ମାନେ କିଭଳି ସୁରକ୍ଷିତ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨