Masthead

ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ ପ୍ରତିବାଦରେ ଚତୁର୍ଥ ଦିନରେ ପହଞ୍ଚିଲା ଧାରଣା

ବଲାଙ୍ଗିର(ବଡ଼ ଖବର ଵ୍ୟୁରୋ) ବିଧାୟକ ସରୋଜ ମେହେର୍ ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରିଥିବା ପ୍ରତିବାଦରେ ଚତୁର୍ଥ ଦିନରେ ପହଞ୍ଚିଲା ଧାରଣା । ପର୍ଶୁରାମ ଛକରେ ହିନ୍ଦୁ ସମାଜ ପକ୍ଷରୁ ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ସମେତ କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ସହ ଏକାଧିକ ସଂଗଠନ ସମର୍ଥନ ଜଣାଇଛନ୍ତି ।ଏହାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ସହିତ ଆଲୋଚନା ହୋଇଥିଲେ ବି କିଛି ନିଷ୍କର୍ଷ ବାହାରି ପାରି ନାହିଁ । ବିଜୁ ବାବୁଙ୍କ ମୂର୍ତ୍ତୀ ହଟାଇ ସେଠାରେ ପୁନଃ ପର୍ଶୁରାମଙ୍କ ଫଟୋ ସ୍ଥାପନ ଦାବିରେ ସେମାନେ ଅଡି ବସିଛନ୍ତି । ଧାରଣାକାରୀଙ୍କ କହିବା କଥା ହେଲା, ଦୀର୍ଘ ୪ ବର୍ଷ ହେଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଭଗବାନ ପର୍ଶୁରାମଙ୍କ ଫଟୋ ସ୍ଥାପନ କରାଯାଇ ପୂଜା କରାଯାଇ ଆସୁଥିଲା । ଏପରିକି ବ୍ରହ୍ମପୁରା ଛକକୁ ପର୍ଶୁରାମ ଛକ ନାମରେ ନାମିତ ମଧ୍ୟ କରାଯାଇଥିଲା । ଏନେଇ ଏନ୍ଏସିକୁ ଲିଖିତ ଆକାରେ ମଧ୍ୟ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ ନିରୋଳା ସମୟରେ ବିଧାୟକ ସରୋଜ ମେହେର୍ ପର୍ଶୁରାମଙ୍କ ଫଟୋକୁ ହଟାଇ ସେଠାରେ ବିଜୁପଟ୍ଟନାୟକଙ୍କ ମୂର୍ତ୍ତୀ ସ୍ଥାପନ କରିଛନ୍ତି । ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଏହାର ପ୍ରତିବାଦରେ ଚାରି ଦିନ ହେଲା ପର୍ଶୁରାମ ଛକରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବବୋଲି ଧାରଣକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ