Masthead

ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ ପ୍ରତିବାଦରେ ଚତୁର୍ଥ ଦିନରେ ପହଞ୍ଚିଲା ଧାରଣା

ବଲାଙ୍ଗିର(ବଡ଼ ଖବର ଵ୍ୟୁରୋ) ବିଧାୟକ ସରୋଜ ମେହେର୍ ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରିଥିବା ପ୍ରତିବାଦରେ ଚତୁର୍ଥ ଦିନରେ ପହଞ୍ଚିଲା ଧାରଣା । ପର୍ଶୁରାମ ଛକରେ ହିନ୍ଦୁ ସମାଜ ପକ୍ଷରୁ ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ସମେତ କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ସହ ଏକାଧିକ ସଂଗଠନ ସମର୍ଥନ ଜଣାଇଛନ୍ତି ।ଏହାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀ ସହିତ ଆଲୋଚନା ହୋଇଥିଲେ ବି କିଛି ନିଷ୍କର୍ଷ ବାହାରି ପାରି ନାହିଁ । ବିଜୁ ବାବୁଙ୍କ ମୂର୍ତ୍ତୀ ହଟାଇ ସେଠାରେ ପୁନଃ ପର୍ଶୁରାମଙ୍କ ଫଟୋ ସ୍ଥାପନ ଦାବିରେ ସେମାନେ ଅଡି ବସିଛନ୍ତି । ଧାରଣାକାରୀଙ୍କ କହିବା କଥା ହେଲା, ଦୀର୍ଘ ୪ ବର୍ଷ ହେଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଭଗବାନ ପର୍ଶୁରାମଙ୍କ ଫଟୋ ସ୍ଥାପନ କରାଯାଇ ପୂଜା କରାଯାଇ ଆସୁଥିଲା । ଏପରିକି ବ୍ରହ୍ମପୁରା ଛକକୁ ପର୍ଶୁରାମ ଛକ ନାମରେ ନାମିତ ମଧ୍ୟ କରାଯାଇଥିଲା । ଏନେଇ ଏନ୍ଏସିକୁ ଲିଖିତ ଆକାରେ ମଧ୍ୟ ଜଣାଇଥିଲେ ସ୍ଥାନୀୟ ବାସିନ୍ଦା । କିନ୍ତୁ ନିରୋଳା ସମୟରେ ବିଧାୟକ ସରୋଜ ମେହେର୍ ପର୍ଶୁରାମଙ୍କ ଫଟୋକୁ ହଟାଇ ସେଠାରେ ବିଜୁପଟ୍ଟନାୟକଙ୍କ ମୂର୍ତ୍ତୀ ସ୍ଥାପନ କରିଛନ୍ତି । ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ଏହାର ପ୍ରତିବାଦରେ ଚାରି ଦିନ ହେଲା ପର୍ଶୁରାମ ଛକରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବବୋଲି ଧାରଣକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ