Masthead

ରାସ୍ତା ନିର୍ମାଣ କାମକୁ ନେଇ ବିଧାୟକଙ୍କୁ ବିରୋଧ କଲେ ଲୋକେ

ନିମାପଡ଼ା (ବଡ଼ ଖବର ବ୍ୟୁରୋ):  ନିମାପଡ଼ାରେ ବିଧାୟକଙ୍କୁ ବିରୋଧ । ରାସ୍ତା ନିର୍ମାଣ କାମକୁ ନେଇ ବିରୋଧ କଲେ ଲୋକେ । ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଆସିଥିବା ବେଳେ ବିରୋଧର ସାମ୍ମୁଖୀନ ହୋଇଛନ୍ତି ବିଧାୟକ ସମୀର ଦାଶ । ଚକରଡାଠାରୁ କେଉଟସାଳଦା ପାଇଁ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ଲୋକେ । ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିନାହିଁ । ତେଣୁ ଛଣିଜଙ୍ଗ ପଞ୍ଚାୟତ ଚାରିମୌଯାରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ବିଧାୟକ ଆସିଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି ଚକୋରଡ଼ା ଗ୍ରାମବାସୀ ।

ବିରୋଧରୁ ହଟହଟା ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କରିନପାରି ଫେରିଲେ ନିମାପଡା ବିଧାୟକ ସମୀର ଦାଶ । ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା । ଚକରଡାଠାରୁ କେଉଟସାଳଦା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ଅନେକ ସମୟ ରାସ୍ତା ଅବରୋଧ କରିବା ସହ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ଗ୍ରାମବାସୀ ।

ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରାସ୍ତା ନିର୍ମାଣ ପାଇଁ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଆସିଥିଲା । ପ୍ରଥମ ପର୍ଯ୍ୟାୟ ଟଙ୍କା ରେ ୧୦ ଲକ୍ଷ ଟଙ୍କାରେ କିଛି ବାଟ କାମ କରାଯାଇ ଥିଲା । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାରେ ଆଜି କେଉଟ ସାଳଦା ନିକଟରେ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ବିଧାୟକ ଯାଉଥିବା ସମୟରେ ତାଙ୍କୁ ବିରୋଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ