Masthead

ମଣିପୁର ଘଟଣାକୁ ରାଜନୀତିକରଣ ନକରାଯାଉ: ହିମନ୍ତ ବିଶ୍ୱଶର୍ମା

ଆସାମ((ବଡ଼ ଖବର ବ୍ୟୁରୋ): ମଣିପୁର ଲଜ୍ୟାକୁ ନେଇ ସାରା ଦେଶ ବ୍ୟସ୍ତ ବିବ୍ରତ । ଏହି ଘଟଣାକୁ ନେଇ ବିରୋଧୀ ହଙ୍ଗାମା କରିବା ସହ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ । ସରଗରମ ରହିଛି ହୋଇଉଠିଛି ଗୃହ । ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରଖିଛନ୍ତି ପ୍ରତିକ୍ରିୟା ।

କହିଛନ୍ତି ମଣିପୁର ଘଟଣା ନେଇ ରାଜନୀତିକରଣ ନକରାଯାଉ । ହମନ୍ତ ବିଶ୍ୱଶର୍ମା ଏକ ସାମ୍ବାଦିକ ସମ୍ମଳନୀ କରି କହିଛନ୍ତି ମଣିପୁର ଘଟଣାକୁ ଆମେ ନିନ୍ଦା କରୁଛୁ । କିନ୍ତୁ ମଣିପୁର ଘଟଣାକୁ ନେଇ କଂଗ୍ରେସ ଆମକୁ ଟାର୍ଗେଟ କରିବା ଉଚିତ ନୁହେଁ । ସେ କଂଗ୍ରେସ ଶାସିତ ରାଜ୍ୟରେ ଏଭଳି କିଛି ଘଟଣା ଘଟୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ତାହା ସହତ କହିଛନ୍ତି ଏହି ଘଟଣାରେ ସଂମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ।

କଠୋରରୁ କଠୋର ଦଣ୍ଡ ଦିଆଯିବ । କିନ୍ତୁ ମଣିପୁର କିମ୍ବା ସମଗ୍ର ଉତ୍ତର ପୂର୍ବକୁ ଏହି ଘଟଣା ପାଇଁ ଟାର୍ଗେଟ କରାଯିବା ଉଚିତ ନୁହେଁ । କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏଭଳି ଘଟଣା ପ୍ରତିଦିନ ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଘଟଣାରେ ବିଜେପି ଜଡିତ ନାହିଁ । କିନ୍ତୁ ଏହାକୁ କାହିଁକି ରାଜନୈତିକ ପ୍ରସଙ୍ଗ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା