Masthead

ରାଜସ୍ଥାନ ବିଧାନସଭାରେ ହାଇଡ଼୍ରାମା, ମନ୍ତ୍ରୀଙ୍କୁ ଘୋଷାଡ଼ି ବାହାର କଲେ

ରାଜସ୍ଥାନ  (ବଡ଼ ଖବର ବ୍ୟୁରୋ):  ରାଜସ୍ଥାନ ବିଧାନସଭାରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ଘଟଣା । ରାଜେନ୍ଦ୍ର ଗୁଦ୍ଦାଙ୍କୁ ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଛି । ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ସୋମବାର ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଦ୍ଦା । ଆର୍ଥିକ କାରବାରରେ ଅନିୟମିତତା ସମ୍ପର୍କିତ ସମସ୍ତ ବିବରଣୀକୁ ରଖିବା ସେ ପାଇଁ ଦାବି କରିଥିଲେ । ଏକ ଲାଲ ରଙ୍ଗର ଡାଏରୀ ଧରି ସେଥିରେ ସେଥିରେ ଆର୍ଥିକ କାରବାରରେ ଅନିୟମିତତା ସମ୍ପର୍କିତ ସମସ୍ତ ବିବରଣୀ ରହିଥିବା ଦାବି କରିଥିଲେ।

ଶୂନ୍ୟକାଳ ବେଳେ ଗୁଧା ବାସସ୍ପତି ସି.ପି. ଜୋଷୀଙ୍କ ଆସନ ପାଖକୁ ଯାଇ ଡାଏରୀ ଦେଖାଇବା ସହ ଯୁକ୍ତିତର୍କ କରିଥିଲେ। ବାଚସ୍ପତି ତାଙ୍କୁ ଚାମ୍ବରକୁ ଯାଇ ଆଲୋଚନା କରିବାକୁ କହିଥିଲେ। ଏହା ପରେ ଗୁଧା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିଓ୍ବାଲଙ୍କ ପାଖକୁ ଯାଇ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ରଫିକ୍‌ ଖାନ୍‌ ତାଙ୍କୁ ଠେଲିଦେଇଥିବାବେଳେ ଅନ୍ୟ ବିଧାୟକମାନେ ତାଙ୍କୁ ଗୃହ ବାହାରକୁ ନେଇଯିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛିନ୍ତି ରାଜେନ୍ଦ୍ର ଗୁଦ୍ଦା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ