Masthead

ସଂସଦକୁ ଅପମାନ କରୁଛନ୍ତି ପ୍ରଧାନମନ୍ତ୍ରୀ : ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି କଡ଼ା ସମାଲୋଚନା । କହିଛନ୍ତି ପ୍ରଧାନମନ୍ତ୍ରୀ ମଣିପୁର ଉପରେ କିଛି କହୁନାହାନ୍ତି, କିନ୍ତୁ ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି। ଏପରି କରି ସେ ସଂସଦକୁ ଅପମାନିତ କରିଥିବା ଖାଡ଼ଗେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୃହ ଚାଲିଥିବାରୁ ଆମେ ଦାବି କରୁଛୁ ପ୍ରଧାନମନ୍ତ୍ରୀ ସେଠାକୁ ଆସି ବିବୃତ୍ତି ଦିଅନ୍ତୁ । କିନ୍ତୁ ସେ ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି । ନିର୍ବାଚନ ବିଷୟରେ କହୁଛନ୍ତି।

ସେ ସେଠାକୁ ଯାଇପାରୁଛନ୍ତି, ଅଧ ଘଣ୍ଟା ଧରି ଗୃହକୁ ଆସି ବିବୃତ୍ତି ଦେଇ ପାରିବେ ନାହିଁ କାହିଁକି? ଏହାର ଅର୍ଥ ସେମାନଙ୍କର କୌଣସି ଆଗ୍ରହ ନାହିଁ, ଗଣତନ୍ତ୍ର ଉପରେ ବିଶ୍ୱାସ ନାହିଁ। ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାଁନ୍ତି, ସେ ସଂସଦକୁ ଅପମାନ କରୁଛନ୍ତି। ଶାସକ ଦଳର ନେତାମାନେ ଗୃହରେ ହଙ୍ଗାମା ସୃଷ୍ଟି କରୁଛନ୍ତି, ମୋତେ କହିବାକୁ ଅନୁମତି ଦିଆଯାଇ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ