Masthead

ଗଛରେ ପିଟିହେଲା ଜନନୀ ଏକ୍ସପ୍ରେସ, ଘଟଣାସ୍ଥଳରେ ଗର୍ଭବତୀଙ୍କ ପ୍ରସବ

ବାଲିଗୁଡା (ବଡ଼ ଖବର ବ୍ୟୁରୋ): ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଜନନୀ ଏକ୍ସପ୍ରେସ। ଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଦୁର୍ଘଟଣା ସ୍ଥଳରେ ପ୍ରସବ କରିଛନ୍ତି ଗର୍ଭବତୀ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ। ଫିରିଙ୍ଗିଆ ବ୍ଲକ ଜଜେଶପାଙ୍ଗାର ସୀତାରାମ ବେହେରାଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସକୁ ଖବର ଦିଆ ଯାଇଥିଲା। ଫିରିଙ୍ଗିଆରୁ ୧୦୨ ଆମ୍ବୁଲାନ୍ସ ଆସି ସୁଭଦ୍ରାଙ୍କୁ ମେଡିକାଲ ନେଇଥିଲା। ତେବେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଉ ପ୍ରାୟ ୨୦ କିମି ଥିବା ବେଳେ ଡିମିରିଗୁଡା ଛକଠାରେ ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ଏକ ଶାଳ ଗଛରେ ପିଟି ହୋଇଯାଇଥିଲା ।

ଫଳରେ ସେଠାରେ ହିଁ ସୁଭଦ୍ରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଫିରିଙ୍ଗିଆ ବ୍ଲକର କିଛି ଗଣମାଧ୍ୟମର ପ୍ରତିନିଧି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଆସି ସେମାନଙ୍କୁ ମେଡିକାଲ ନେଇଥିଲା। ଉଭୟ ମା ଛୁଆ ଏବେ ସୁସ୍ଥ ଥିବା ଜଣାପଡିଛି। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିଲେ ବି ସାଙ୍ଗରେ ଥିବା ସୁଭଦ୍ରାଙ୍କ ସମ୍ପର୍କୀୟ ସାଧବାଣୀ ନାୟକ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳର ପ୍ରତକ୍ଷଦର୍ଶୀ ମତ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା