Masthead

ମନ୍ତ୍ରୀ ନବଦାସ ହାତ୍ୟା ମାମଲା, ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ଖୋଲିଲା ଗୁମର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ନବଦାସ ହାତ୍ୟା ମାମଲା । ନବଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ନବଦାସଙ୍କ ଚିକିତ୍ସା ସମ୍ପର୍କିତ ଓପିଡି ଟିକେଟ ଭିନ୍ନ କଥା କହୁଛି । ଗତ ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡା ଡାକ୍ତରଖାନରେ ଘଣ୍ଟାଏ ଚିକିତ୍ସା କରାଯାଇ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଥିବା କୁହାଯାଇଥିଲା । କିନ୍ତୁ ଓପିଡି ଟିକେଟରେ ନବ ଦାସ ଗୁଳି ମାଡରେ ଆହତ, କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର ପରାମର୍ଶ ଉଲ୍ଲେଖ ରହିଛି ।

ଏହା ତଳକୁ ରହିଛି ଡାକ୍ତରଙ୍କ ଦସ୍ତଖତ । ଘଟଣା ସମୟରେ ନବ ଦାସଙ୍କ ରକ୍ତଚାପ କେତେ ରହିଥିଲା, ହୃଦସ୍ପନ୍ଦନ କେତେ ରହିଥିଲା । ଡାକ୍ତର ଆଉ କ’ଣ ଦେଖିଲେ, କ’ଣ ଚିକିତ୍ସା କଲେ ସେ ବାବଦରେ କିଛି ଉଲ୍ଲେଖ ନାହିଁ । ମେଡିକାଲ ଏଥିକ୍ସ ଅନୁସାରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଟିକେଟରେ ସମସ୍ତ ନୀରିକ୍ଷଣ, ଚିକିତ୍ସା ଓ ପରାମର୍ଶ ଲେଖିଥାନ୍ତି । ଫଳରେ ରୋଗୀଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଗଲେ ସେହି ଟିକେଟ ଆଧାରରେ ଚିକିତ୍ସା କରାଯାଇଥାଏ ।

ହେଲେ ନବଦାସଙ୍କ ଓପିଡି ଟିକେଟରେ କେବଳ ସ୍ଥାନାନ୍ତର ପରାମର୍ଶ ଛଡା କିଛି ନାହିଁ । ସେପଟେ ନବ ଦାସଙ୍କ ଓପିଡି ଟିକେଟକୁ ନେଇ ଝାରସୁଗୁଡ଼ା ସିଡିଏମଓ ରଖିଛନ୍ତି ପ୍ରତିକ୍ରିୟା । କହିଛନ୍ତି ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା । ଯେହେତୁ ଅବସ୍ଥା ସଂକଟାପନ୍ନ ଥିଲା, ତୁରନ୍ତ ରେଫର କରିବାକୁ ପଡ଼ିଲା । ସଙ୍ଗେ ସଙ୍ଗେ ଫାଷ୍ଟ ଏଡ୍‌ ଚିକିତ୍ସା କରି ରେଫର କରାଯାଇଥିଲା । ରେଫରାଲ୍‌ କାର୍ଡରେ ଡିଟେଲ୍‌ ଲେଖାଯାଇଛି କହିଲେ ସିଡିଏମ୍‌ଓ । ନବଙ୍କ ଓପିଡି ଟିକେଟରେ ଚିକିତ୍ସା ବାବଦରେ କିଛି ଉଲ୍ଲେଖ ନଥିଲା । ଫଳରେ ଜିଲ୍ଲା ହସ୍ପିଟାଲରେ ନବଙ୍କୁ ଚିକିତ୍ସା କରାଯାଇ ନଥିବା ସନ୍ଦେହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼