Masthead

ମନ୍ତ୍ରୀ ନବଦାସ ହାତ୍ୟା ମାମଲା, ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ଖୋଲିଲା ଗୁମର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ନବଦାସ ହାତ୍ୟା ମାମଲା । ନବଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ନବଦାସଙ୍କ ଚିକିତ୍ସା ସମ୍ପର୍କିତ ଓପିଡି ଟିକେଟ ଭିନ୍ନ କଥା କହୁଛି । ଗତ ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡା ଡାକ୍ତରଖାନରେ ଘଣ୍ଟାଏ ଚିକିତ୍ସା କରାଯାଇ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଥିବା କୁହାଯାଇଥିଲା । କିନ୍ତୁ ଓପିଡି ଟିକେଟରେ ନବ ଦାସ ଗୁଳି ମାଡରେ ଆହତ, କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର ପରାମର୍ଶ ଉଲ୍ଲେଖ ରହିଛି ।

ଏହା ତଳକୁ ରହିଛି ଡାକ୍ତରଙ୍କ ଦସ୍ତଖତ । ଘଟଣା ସମୟରେ ନବ ଦାସଙ୍କ ରକ୍ତଚାପ କେତେ ରହିଥିଲା, ହୃଦସ୍ପନ୍ଦନ କେତେ ରହିଥିଲା । ଡାକ୍ତର ଆଉ କ’ଣ ଦେଖିଲେ, କ’ଣ ଚିକିତ୍ସା କଲେ ସେ ବାବଦରେ କିଛି ଉଲ୍ଲେଖ ନାହିଁ । ମେଡିକାଲ ଏଥିକ୍ସ ଅନୁସାରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଟିକେଟରେ ସମସ୍ତ ନୀରିକ୍ଷଣ, ଚିକିତ୍ସା ଓ ପରାମର୍ଶ ଲେଖିଥାନ୍ତି । ଫଳରେ ରୋଗୀଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଗଲେ ସେହି ଟିକେଟ ଆଧାରରେ ଚିକିତ୍ସା କରାଯାଇଥାଏ ।

ହେଲେ ନବଦାସଙ୍କ ଓପିଡି ଟିକେଟରେ କେବଳ ସ୍ଥାନାନ୍ତର ପରାମର୍ଶ ଛଡା କିଛି ନାହିଁ । ସେପଟେ ନବ ଦାସଙ୍କ ଓପିଡି ଟିକେଟକୁ ନେଇ ଝାରସୁଗୁଡ଼ା ସିଡିଏମଓ ରଖିଛନ୍ତି ପ୍ରତିକ୍ରିୟା । କହିଛନ୍ତି ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା । ଯେହେତୁ ଅବସ୍ଥା ସଂକଟାପନ୍ନ ଥିଲା, ତୁରନ୍ତ ରେଫର କରିବାକୁ ପଡ଼ିଲା । ସଙ୍ଗେ ସଙ୍ଗେ ଫାଷ୍ଟ ଏଡ୍‌ ଚିକିତ୍ସା କରି ରେଫର କରାଯାଇଥିଲା । ରେଫରାଲ୍‌ କାର୍ଡରେ ଡିଟେଲ୍‌ ଲେଖାଯାଇଛି କହିଲେ ସିଡିଏମ୍‌ଓ । ନବଙ୍କ ଓପିଡି ଟିକେଟରେ ଚିକିତ୍ସା ବାବଦରେ କିଛି ଉଲ୍ଲେଖ ନଥିଲା । ଫଳରେ ଜିଲ୍ଲା ହସ୍ପିଟାଲରେ ନବଙ୍କୁ ଚିକିତ୍ସା କରାଯାଇ ନଥିବା ସନ୍ଦେହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ