Masthead

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ

ତରୌବା (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ । ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ ଭାରତ ସହଜରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍‌ରେ ଭାରତକୁ ମାତ୍‌ ଦେଇଥିଲା। କାରଣ ଭାରତ ଉଭୟ ତାରକା ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଥିଲା। ପୁଣି ମହମ୍ମଦ ସିରାଜ୍‌ଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ମଧ୍ୟ ଦୁର୍ବଳ ହୋଇ ଯାଇଥିଲା। ଫଳରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା। ଓପ୍‌ନିଂ ଯୋଡ଼ିରେ ଭାରତ ୯୦ ରନ୍‌ କରିଥିଲା ନିଶ୍ଚୟ। ଶୁବ୍‌ମାନ ଗିଲ୍‌ ଆଉଟ୍‌ ହେବା ସହ ୯୧ ରନ୍‌ରେ ୧୦ଟିଯାକ ୱିକେଟ ହରାଇଥିଲା।

ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଅତି ସାଧାରଣ ପ୍ରଦର୍ଶନ କରି ୧୮୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ଓପ୍‌ନିଂ ଯୋଡ଼ିରେ ୫୩ ରନ୍‌ କରିବା ପରେ ୩୮ ରନ୍‌ରେ ୪ଟି ୱିକେଟ ହରାଇଥିଲା। ହେଲେ ଅଧିନାୟକ ସୈ ହୋପ୍ ଓ କିସି କାର୍ଟି ଚତୁରତାର ସହ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ଫଳରେ ଶୃଙ୍ଖଳା ୧-୧ ସ୍ଥିତିରେ ପହଞ୍ଚିଛି। ଆଜି ୩ୟ ଦିନିକିଆ ଖେଳାଯିବ। ଏହାକୁ ଜିତି ୧୭ ବର୍ଷ ପରେ ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିବାକୁ ୱେଷ୍ଟଇଣ୍ଡିଜ୍‌ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୧୩ଟି ଦିନିକିଆ ଶୃଙ୍ଖଳା ହାରିନଥିବା ଭାରତ ଏହି ଧାରା ବଜାୟ ରଖିବାକୁ ଚାହିଁବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ