Masthead

ପୂରଣ କରିପାରିଲେନି ପ୍ରତିଶ୍ରୁତି, ନିଜ ଗାଲକୁ ଚପଲରେ ପିଟିଲେ କାଉନସିଲର

ହାଇଦ୍ରାବାଦ  (ବଡ଼ ଖବର ବ୍ୟୁରୋ):  ପୂରଣ କରିପାରିଲେନି ପ୍ରତିଶ୍ରୁତି । ନିଜ ଗାଲକୁ ଚପଲରେ ପଟିଲେ । ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଲ୍ଲାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ନରସିପାଟନମ ପୌରପାଳିକା ୱାର୍ଡ ୨୦ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାମରାଜୁ କହିଛନ୍ତି, କାଉନସିଲର ଭାବରେ ମନୋନୀତ ହେବାର ୩୧ ମାସ ବିତିଗଲାଣି । କିନ୍ତୁ ମୋର ୱାର୍ଡରେ ଡ୍ରେନେଜ, ବିଦ୍ୟୁତ, ପରିମଳ, ସଡ଼କ ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ନାଗରିକ ସମସ୍ୟାର ସମାଧାନ କରିବାରେ ମୁଁ ଅସମର୍ଥ। ଅଟୋ ରିକ୍ସା ଚଳାଇ ପରିବାର ପୋଷୁଥିବା ୪୦ ବର୍ଷୀୟ ରାମରାଜୁ କହିଛନ୍ତି ଯେ, ସେ ସମସ୍ତ ବିକଳ୍ପ ଚେଷ୍ଟା କରିଛନ୍ତି କିନ୍ତୁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରୁ ନାହାଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା