ପୂରଣ କରିପାରିଲେନି ପ୍ରତିଶ୍ରୁତି, ନିଜ ଗାଲକୁ ଚପଲରେ ପିଟିଲେ କାଉନସିଲର

ହାଇଦ୍ରାବାଦ  (ବଡ଼ ଖବର ବ୍ୟୁରୋ):  ପୂରଣ କରିପାରିଲେନି ପ୍ରତିଶ୍ରୁତି । ନିଜ ଗାଲକୁ ଚପଲରେ ପଟିଲେ । ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀ ଜିଲ୍ଲାର ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବାରୁ ନିଜକୁ ଚପଲରେ ପିଟିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ନରସିପାଟନମ ପୌରପାଳିକା ୱାର୍ଡ ୨୦ର କାଉନସିଲର ମୁଲାପର୍ତ୍ତୀ ରାମରାଜୁ ପରିଷଦ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାମରାଜୁ କହିଛନ୍ତି, କାଉନସିଲର ଭାବରେ ମନୋନୀତ ହେବାର ୩୧ ମାସ ବିତିଗଲାଣି । କିନ୍ତୁ ମୋର ୱାର୍ଡରେ ଡ୍ରେନେଜ, ବିଦ୍ୟୁତ, ପରିମଳ, ସଡ଼କ ଏବଂ ଅନ୍ୟାନ୍ୟ ସମସ୍ୟା ଭଳି ନାଗରିକ ସମସ୍ୟାର ସମାଧାନ କରିବାରେ ମୁଁ ଅସମର୍ଥ। ଅଟୋ ରିକ୍ସା ଚଳାଇ ପରିବାର ପୋଷୁଥିବା ୪୦ ବର୍ଷୀୟ ରାମରାଜୁ କହିଛନ୍ତି ଯେ, ସେ ସମସ୍ତ ବିକଳ୍ପ ଚେଷ୍ଟା କରିଛନ୍ତି କିନ୍ତୁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରୁ ନାହାଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ