Masthead

ଓଲଟିଲା ପିକଅପ, ୧୫ରୁ ଅଧିକ ଆହତ, ୩ ଗୁରୁତର

ବାରିପଦା(ବଡ଼ ଖବର ବ୍ୟୁରୋ): ଶ୍ରମିକମାନଙ୍କୁ ନେଉଥିବାବେଳେ ଓଲଟିଲା ଭ୍ୟାନ । ୧୫ ରୁ ଅଧିକ ଆହତ, ୩ ଗୁରୁତର । ବିଲ କାମ ନିମନ୍ତେ ଶ୍ରମିକମାନଙ୍କୁ ନେଇ ଏକ ପିକଅପ ଆସୁଥିଲା । ହେଲେ ହଠାତ୍ ରାସ୍ତାରେ ଓଲଟି ପଡିଲା ପିକଅପ । ଆଉ ଦୁର୍ଘଟଣାରେ ୧୫ ରୁ ଅଧିକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଭୁଣ୍ଡାସାହି ଛକ ନିକଟରେ । ଶରତ ଥାନା କଟୁରିଆ ଅଞ୍ଚଳରୁ ଶ୍ରମିକଙ୍କୁ ନେଇ ଏକ ପିକଅପ ନୂଆସାହି ଅଭିମୁଖେ ଆସୁଥିଲା । ହେଲେ ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପଟି ରାସ୍ତା କଡକୁ ଓଲଟି ପଡିଥିଲା ।

ଯାହାଫଳରେ ପିକଅପରେ ଥିବା ଉଭୟ ମହିଳା ଏବଂ ପୁରୁଷ ଶ୍ରମିକମାନେ ଆହତ ହୋଇଥିଲେ । ପ୍ରାୟ ୧୫ ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ କପ୍ତିପଦା ଏବଂ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ସମସ୍ତ ଶ୍ରମିକ କଟୁରିଆ ଅଂଚଳର ବୋଲି ଜଣାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ