Masthead

ଓଲଟିଲା ପିକଅପ, ୧୫ରୁ ଅଧିକ ଆହତ, ୩ ଗୁରୁତର

ବାରିପଦା(ବଡ଼ ଖବର ବ୍ୟୁରୋ): ଶ୍ରମିକମାନଙ୍କୁ ନେଉଥିବାବେଳେ ଓଲଟିଲା ଭ୍ୟାନ । ୧୫ ରୁ ଅଧିକ ଆହତ, ୩ ଗୁରୁତର । ବିଲ କାମ ନିମନ୍ତେ ଶ୍ରମିକମାନଙ୍କୁ ନେଇ ଏକ ପିକଅପ ଆସୁଥିଲା । ହେଲେ ହଠାତ୍ ରାସ୍ତାରେ ଓଲଟି ପଡିଲା ପିକଅପ । ଆଉ ଦୁର୍ଘଟଣାରେ ୧୫ ରୁ ଅଧିକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଭୁଣ୍ଡାସାହି ଛକ ନିକଟରେ । ଶରତ ଥାନା କଟୁରିଆ ଅଞ୍ଚଳରୁ ଶ୍ରମିକଙ୍କୁ ନେଇ ଏକ ପିକଅପ ନୂଆସାହି ଅଭିମୁଖେ ଆସୁଥିଲା । ହେଲେ ଭୁଣ୍ଡାସାହି ଛକ ନିକଟରେ ଭାରସାମ୍ୟ ହରାଇ ପିକଅପଟି ରାସ୍ତା କଡକୁ ଓଲଟି ପଡିଥିଲା ।

ଯାହାଫଳରେ ପିକଅପରେ ଥିବା ଉଭୟ ମହିଳା ଏବଂ ପୁରୁଷ ଶ୍ରମିକମାନେ ଆହତ ହୋଇଥିଲେ । ପ୍ରାୟ ୧୫ ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ୩ ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ କପ୍ତିପଦା ଏବଂ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ସମସ୍ତ ଶ୍ରମିକ କଟୁରିଆ ଅଂଚଳର ବୋଲି ଜଣାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ