Masthead

ଚିନ୍ତାରେ ପର୍ଯ୍ୟଟନ ସ୍ଥଳୀର ବ୍ୟବସାୟୀ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ କରୋନା କାୟା । ଏଥିରୁ ବର୍ତ୍ତିପାରିନାହାନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିରଜାହାନିଆ ପର୍ୟ୍ୟଟନସ୍ଥଳୀର ବ୍ୟବସାୟୀ । ଘରେ ସିନା ବାନ୍ଧି ହୋଇଯାଇଛନ୍ତି ଲୋକ ମାନେ କିନ୍ତୁ ଅଭାବର ତାଡନା ଭିତରେ ପେଷି ହୋଇଯାଇଛନ୍ତି ହଜାର ହଜାର ପରିବାର ।ଏ ଦୃଶ୍ୟ ହେଉଛି ଅସ୍ତରଙ୍ଗ ପୀରଜାହାନିଆ ପର୍ୟ୍ୟଟନସ୍ଥଳୀର । ଯେଉଁ ସ୍ଥାନ କୁ ଧାଇଁ ଆସନ୍ତି ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ୟ୍ୟଟକ, ଅସ୍ତରଙ୍ଗ ବେଳାଭୂମିରେ ଥିବା ସମୁଦ୍ର ଗାଧୋଇବା ମଜା ନେବା ସହ ବଣଭୋଜିର ମଜା ନେବା ପାଇଁ । ଏବେ କରୋନା ତାଣ୍ଡବରେ ସତେକି ଫିକା ପଡି ଯାଇଛି ଏହି କୋଳାହଳ ପୁର୍ଣସ୍ଥାନ ଟି ।

ନିସ୍ତବ୍ଦ ହୋଇଯାଇଛି ପୀରଜାହାନିଆ ବେଳା ଭୂମି । କିନ୍ତୁ ପୀରଜାହାନିଆ ପୀଠରେ ବ୍ୟବସାୟକରି ବଂଚୁଥିବା ଅନେକ ବ୍ୟବସାୟୀ ଚିନ୍ତାରେ । ଦିନରେ ଦୋକାନ ଖୋଲିଲେ ରାତିରେ ଚୁଲି ଜଳେ । ନାହିଁ ନ ନଥିବା ଦୁଃଖ ସେମାଙ୍କର । ପୀରଜାହାନିଆ ପର୍ୟ୍ୟଟନସ୍ଥଳୀକୁ ନିର୍ଭର କରି ଚଳୁଥିବା ଅସ୍ତରଙ୍ଗ ଅଂଚଳର କେତେକ ପରିବାର ଏବେ କରୋନା ଚଡକରେ ପ୍ରଭାବିତ । ତେବେ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି । ସରକାର ମହାମାରୀରୁ ବର୍ତ୍ତିବା ପାଇଁ ଲକଡାଉନ୍ ତ କରିଛନ୍ତି ହେଲେ ଲୋକଙ୍କୁ ରୋଜଗାର ଦେବାର ସୁବିଧା ମଧ୍ୟ କରିବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ