ଚିନ୍ତାରେ ପର୍ଯ୍ୟଟନ ସ୍ଥଳୀର ବ୍ୟବସାୟୀ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ କରୋନା କାୟା । ଏଥିରୁ ବର୍ତ୍ତିପାରିନାହାନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିରଜାହାନିଆ ପର୍ୟ୍ୟଟନସ୍ଥଳୀର ବ୍ୟବସାୟୀ । ଘରେ ସିନା ବାନ୍ଧି ହୋଇଯାଇଛନ୍ତି ଲୋକ ମାନେ କିନ୍ତୁ ଅଭାବର ତାଡନା ଭିତରେ ପେଷି ହୋଇଯାଇଛନ୍ତି ହଜାର ହଜାର ପରିବାର ।ଏ ଦୃଶ୍ୟ ହେଉଛି ଅସ୍ତରଙ୍ଗ ପୀରଜାହାନିଆ ପର୍ୟ୍ୟଟନସ୍ଥଳୀର । ଯେଉଁ ସ୍ଥାନ କୁ ଧାଇଁ ଆସନ୍ତି ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ୟ୍ୟଟକ, ଅସ୍ତରଙ୍ଗ ବେଳାଭୂମିରେ ଥିବା ସମୁଦ୍ର ଗାଧୋଇବା ମଜା ନେବା ସହ ବଣଭୋଜିର ମଜା ନେବା ପାଇଁ । ଏବେ କରୋନା ତାଣ୍ଡବରେ ସତେକି ଫିକା ପଡି ଯାଇଛି ଏହି କୋଳାହଳ ପୁର୍ଣସ୍ଥାନ ଟି ।

ନିସ୍ତବ୍ଦ ହୋଇଯାଇଛି ପୀରଜାହାନିଆ ବେଳା ଭୂମି । କିନ୍ତୁ ପୀରଜାହାନିଆ ପୀଠରେ ବ୍ୟବସାୟକରି ବଂଚୁଥିବା ଅନେକ ବ୍ୟବସାୟୀ ଚିନ୍ତାରେ । ଦିନରେ ଦୋକାନ ଖୋଲିଲେ ରାତିରେ ଚୁଲି ଜଳେ । ନାହିଁ ନ ନଥିବା ଦୁଃଖ ସେମାଙ୍କର । ପୀରଜାହାନିଆ ପର୍ୟ୍ୟଟନସ୍ଥଳୀକୁ ନିର୍ଭର କରି ଚଳୁଥିବା ଅସ୍ତରଙ୍ଗ ଅଂଚଳର କେତେକ ପରିବାର ଏବେ କରୋନା ଚଡକରେ ପ୍ରଭାବିତ । ତେବେ ସେମାନଙ୍କୁ ସରକାରୀ ସୁବିଧା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି । ସରକାର ମହାମାରୀରୁ ବର୍ତ୍ତିବା ପାଇଁ ଲକଡାଉନ୍ ତ କରିଛନ୍ତି ହେଲେ ଲୋକଙ୍କୁ ରୋଜଗାର ଦେବାର ସୁବିଧା ମଧ୍ୟ କରିବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ