Masthead

ଅନୁଷ୍ଠିତ ହୋଇଛି ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର(ବଡ଼ ଖବର ବ୍ୟୁରୋ):  ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନରୋତ୍ତମ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ରାଶୀ ବଣ୍ଟନ ଶିବିର କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ବିମଳେନ୍ଦୁ ରଏ ସଭାପତିତ୍ୱ କରିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଓ ତରଭା ବ୍ଲକ ଅଧକ୍ଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଶିବିରରେ ମୋଟ ୫୧୦ଜଣ ନିର୍ମାଣ ଶ୍ରମିକ ଲାଭାର୍ଥିଙ୍କୁ ପାଖାପାଖି ୨କୋଟି ୯୭ଲକ୍ଷ ଟଙ୍କାର ସହାୟତା ବଣ୍ଟନ କରାଯାଇଥିଲା । ୪୯ଜଣ ଲାଭାର୍ଥିଙ୍କୁ ଶିକ୍ଷା ସହାୟତା, ୩୦୦ଜଣଙ୍କୁ ବିବାହ କାଳୀନ ସହାୟତା, ୨୫ଜଣଙ୍କୁ ପ୍ରସୃତୀ କାଳୀନ ସହାୟତା ଓ ୬୮ଜଣ ଲାଭାର୍ଥିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶୀ ପ୍ରଦାନ କରାଯାଇଥିଲା । ନିର୍ମାଣ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଦ୍ଧପରିକର ରହିଥିବା ବେଳେ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସମସ୍ତ ସହାୟତା ଠିକ ସମୟରେ ଯୋଗାଇ ଦିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଜିଲ୍ଲା ଶ୍ରମ ଅଧିକାରୀ । ଅନୁଷ୍ଠିତ ହୋଇଛି ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନ ଶିବିର କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି