ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଶାଳନ୍ଦା ନଦୀରେ ଭାସିଗଲେ କାଉଡିଆ । ସେମାନଙ୍କ ମଧ୍ୟରୁ ଦୁଇଜଣ ନିଖୋଜ ଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି ।
ସୂଚନାରୁ ପ୍ରକାଶଯେ ବାଲେଶ୍ୱର ଜିଲ୍ଳା ବରଦା ଗ୍ରାମରେ ଶାଳନ୍ଦୀ ନଦୀରୁ ପାଣିନେଇ ସାନଜାୟୀ ଗ୍ରାମର ୧୮ ଜଣ କାଉଡିଆ ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ପାଣି ନେଉଥିବାବେଳେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାହୁ ଓ କାଠିଆ ମହାକୁଡଙ୍କ ଗୋଡ ଖସିଯିବାରୁ ଭାସିଯାଇଥିଲେ ।
ସଙ୍ଗେ ସଙ୍ଗେ ପାଖରେ ଥିବା ଜଣେ ଯୁବକ ନଦୀକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ସଫଳ ହୋଇପାରିନଥିଲେ । ଦମକଳ ଆସି ନିଖୋଜ ଯୁବକ ମାନଙ୍କୁ ଖୋଜୁଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ ।