Masthead

ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭାରେ ବି ପାରିତ ହେଲା ଦିଲ୍ଲୀ ସେବା ବିଲ୍ । ସମର୍ଥନରେ ୧୩୧, ବିରୋଧରେ ପଡ଼ିଲା ୧୦୨ ଭୋଟ୍ । ପୂର୍ବରୁ ଲୋକସଭାରେ ବିଲ୍ ପାସ୍ ହୋଇସାରିଛି । ଏବେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣଥ ହେବ ବିଲ୍ । ସେପଟେ ବିଲ୍ ପାସ୍ ହେବା ପରେ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ସେ କହିଛନ୍ତି କେନ୍ଦ୍ର ସରକାର ସୁପି୍ରମକୋର୍ଟଙ୍କ ଆଦେଶ ଉଲ୍ଲଙ୍ଘନ କରିଛନ୍ତି । ବିଲକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦ ଦେଖାଦେଇଥିଲା । କେଜରିୱାଲ ସରକାର ସୁପ୍ରିମକୋର୍ଟ ଯାଇଥିଲେ ।

ସୁପ୍ରିମକୋର୍ଟ କେଜରିୱାଲ ସରକାର ସପକ୍ଷରେ ରାୟ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ବିଲ ଆଣିଛନ୍ତି । ପୂର୍ବରୁ ଲୋକସଭାରେ ବିଲ୍ ପାରିତ ହୋଇସାରିଥିବା ବେଳେ ଗତକାଲି ରାଜ୍ୟସଭାରେ ବିଲ୍ ଆଗତ କରାଯାଇଥିଲା । ପ୍ରଥମେ ଗୃହରେ ବିଲ୍ ଉପରେ ଆଲୋଚନା ହୋଇଥିଲା । ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ସୁପ୍ରିମକୋର୍ଟ ଆଦେଶର ଉଲ୍ଲଙ୍ଘନ କରୁନାହିଁ । ଏହା ଆଇନରେ ପରିଣତ ହେଲେ ଦିଲ୍ଲୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ସମେତ ଅନେକ ଅଧିକାର ଉପରାଜ୍ୟପାଳଙ୍କୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା