Masthead

ମିଟର ଟ୍ୟାପେରିଂ କରି ଅଟକ ରହିଲେ ଟାଟା ପାୱାର କର୍ମଚାରୀ

ଦଶରଥପୁର(ବଡ଼ କବର ବ୍ୟୁରୋ) : ଇଲେକ୍ଟ୍ରି ମିଟର ଟ୍ୟାଂପେରିଙ୍ଗ କରି ଲୁଟୁଥିବା ବେଳେ ଧରିଲେ ଗ୍ରାମବାସୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ଗ୍ରାମରେ ଜେଇଇ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀମାନେ ଚାରି ଘଣ୍ଟାରୁ ଅଧିକ ସମୟ ଅଟକ ରଖିଛନ୍ତି ।

ଟାଟା ପାୱାରର କର୍ମଚାରୀ ମାନେ ଇଲେକ୍ଟ୍ରି ମିଟର ଗୁଡିକୁ ଟ୍ୟାଂପେରିଙ୍ଗ କରି ଅଧିକ ଆମାଉଣ୍ଟ ର ବିଲ କରୁଛନ୍ତି । ଯାହାଫଳରେ ସଧାରଣ ଲୋକେ ଟାଟା ପାୱାରର ଶୋଷଣ ହେଉଛନ୍ତି । ସୂଚନା ମୁତାବକ ନିଜାମପୁର ପଞ୍ଚାୟତ ର ପାରିପଦା ଗ୍ରାମ ରେ ଟାଟା ପାୱାରର ୨ଜଣ କର୍ମଚାରୀ ଅପରାହ୍ନ ସମୟରେ ବିଲ୍ କଲେକ୍ସନ ଆଳରେ ମିଟରର ସିଲକୁ ଖୋଲି ଟ୍ୟାଂପେରିଙ୍ଗ କରୁଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଏହାପରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗର ଜେଇଇ ଏବଂ ବିଲ୍ କଲେକ୍ସନରେ ଆସିଥିବା ଦୁଇ ଜଣ କର୍ମଚାରୀଙ୍କୁ ଚାରି ଘଣ୍ଟା ରୁ ଅଧିକ ସମୟ ଅଟକ ରଖିଥିଲେ । ଖବର ପାଇ ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଅଟକ ଥିବା କର୍ମଚାରୀଙ୍କୁ ଗ୍ରାମବାସୀ ନିକଟରୁ ଉଦ୍ଧାର କରିଥିଲେ ଏବଂ ଜେଇଇ ଗ୍ରାମରେ ଟ୍ୟାଂପେରିଙ୍ଗ କରାଯାଇଥିବା ମିଟର ଗୁଡିକକୁ ବଦଳାଇ ନୂତନ ମିଟର ଲଗାଇବାକୁ ପ୍ରତିଶୃତି ଦେବା ପରେ ପରିବେଶ ଶାନ୍ତ ପଡିଥିଲା । ଟାଟା ପାୱାରର ଏହିଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯିବା ସହ ଯଦି ଆଗାମୀ ଦିନରେ ଟାଟା ପାୱାରର ଏହି ଜୁଲମ କରେ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା