Masthead

ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆନାସ୍ତେସିଆର ଓଭରଡୋଜ୍ ନେଇ ଆତ୍ମହତ୍ୟା କଲେ ଡ଼ାକ୍ତର । ଶେଜରେ ଶୋଇଥିବା ଅବସ୍ଥାରେ ମିଳିଲା ମୃତଦେହ । ଘଟଣା ସମ୍ବନ୍ଧରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି । ବାରଣାସୀର ରାହାନିଆ ଥାନା ଅନ୍ତର୍ଗତ ଭାଦ୍ୱାର ସ୍ଥିତ ହେରିଟେଜ ମେଡିକାଲ କଲେଜ-ହସ୍ପିଟାଲର ରୁମ୍ ନମ୍ବର ୮୦୨ରୁ ଡାକ୍ତରଙ୍କ ମୃତ ଦେହ ମିଳିଥିଲା । ସୁଚନା ଅନୁଯାଇ ଆନାସ୍ତେସିଆର ଓଭରଡୋଜ୍ ନେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଡାକ୍ତର ଜଣକ ହେଲେ ୟୁରୋଲୋଜିଷ୍ଟ ଗୌତମ ଶୁଭଙ୍କର ହୋଇଥିବା ବେଳେ ତାଙ୍କ ବୟସ ମାତ୍ର ୪୨ । ସେ ଗତ ତିନି ମାସ ଧରି ଡିପ୍ରେସନରେ ରହିଆସୁଥିବା ଜଣାପଡିଛି । କିଛିଦିନ ହେବ ତାଙ୍କ ପନ୍ତ୍ରୀଙ୍କ ସହ ପାରିବାରିକ କଳହ ଲାଗିରହିଥିଲା ।

ଶୁକ୍ରବାର ସନ୍ଧ୍ୟାରେ କାମ ଶେଷ କରି ସେ ତାଙ୍କ କୋଠରୀରେ ଆତ୍ମହତ୍ୟା କରିବା ପାଇଁ ପଦକ୍ଷେପ ନେଇଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କ ରୁମ କବାଟ ଭାଙ୍ଗିବା ପରେ ତାଙ୍କ ମୃତଦେହ ମିଳିଥିଲା । ମୃତ ଦେହ ନିକଟରେ ଏକ ସିରିଞ୍ଜ ଏବଂ ଏକ ଖାଲି ଆନାସ୍ତେସିଆ ବୋତଲ ମଧ୍ୟ ମିଳିଛି । ପୋଲିସର କହିବା ଅନୁସାରେ, ଡାକ୍ତର ଜଣଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ଉତ୍ତର ଦେଇନଥିଲେ । ସାଥୀ ଡାକ୍ତରମାନେ ତାଙ୍କ ରୁମ୍ କୁ ଯାଇ ସାକ୍ଷାତ କରିବାକୁ ଚାହିଁଥିଲେ । ହେଲେ ରୁମ୍ ଭିତରରୁ ବନ୍ଦ ଥିଲା । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲା। ପୋଲିସ ଯେତେବେଳେ ଭିତରକୁ ପଶିଲା, ସେତେବେଳେ ସେମାନେ ଡାକ୍ତରଙ୍କ ମୃତଦେହ ବିଛଣାରେ ପଡିରହିଥିବା ଦେଖିବା ପାଇଥିଲେ । ମାମଲାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରୀ ରହିଛି । ମୋବାଇଲ୍ ଫୋନକୁ ଜବତ କରି ଫରେନସିକ୍ ଯାଞ୍ଚ ମଧ୍ୟ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା