Masthead

କ’ଣ ରହିବ ପ୍ରଧାନମନ୍ତ୍ରୀଙ୍କ ବିବୃତି, ରହିଛି ସମସ୍ତଙ୍କ ନଜର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜି ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ । ଗୃହରେ କ’ଣ ବିବୃତି ରଖିବେ ପ୍ରଧାନମନ୍ତ୍ରୀ, ତା ଉପରେ ସମସ୍ତଙ୍କ ନଜର । ଅନାସ୍ଥା ପ୍ରସ୍ତାବକୁ ନେଇ ୨ ଦିନ ହେଲା ଲୋକସଭାରେ ବିତର୍କ ଚାଲିଛି । ଆଜି ତୃତୀୟ ଦିନରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଣିପୁର ହିଂସାକୁ ନେଇ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ ।

ମୋଦି କେବଳ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ବାହାରେ ଘଟଣାକୁ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେବେ ହିଂସା ମେ ମାସରେ ହୋଇଥିବା ବେଳେ ମୋଦୀ ମୌସୁମୀ ଅଧିବେଶନ ଯାଏ ନିଜର ମନ୍ତବ୍ୟ ରଖିବାକୁ କାହିଁକି ସମୟ ନେଲେ, କାହିଁକି ନିଜେ ହିଂସା ସ୍ଥଳ ପରିଦର୍ଶନ କଲେନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏବଂ ସଂସଦ ଭିତରେ ମଣିପୁର ପ୍ରସଙ୍ଗରେ କୁହନ୍ତୁ ବୋଲି ବିରୋଧୀ ଦାବି କରିଥିଲେ ।

ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଗୃହରେ ନିଜର ଭାଷଣ ରଖିଥିଲେ । ସରକାରଙ୍କୁ କଡ଼ା ସମାଲୋଚନ କରିଛନ୍ତି । ଯଦି ମଣିପୁର ଜଳୁଛି ସେଥିପାଇଁ ସରକାର ଦାୟୀ ବୋଲି ରାହୁଲ କହିଥିଲେ । ସେନା ଚାହିଁଲେ ଗୋଟିଏ ଦିନରେ ମଣିପୁରରେ ଶାନ୍ତି ଫେରିବ । କିନ୍ତୁ କେନ୍ଦ୍ର ସରକାର ସେନାର ଦୁରୋପଯୋଗ କରୁଥିବା ରାହୁଲ ନିଜ ଭାଷଣରେ କହିଥିଲେ । ମଣିପୁରରେ ଭାରତ ମାଆର ହତ୍ୟା କରାଯାଇଥିବା କହିଛନ୍ତି ରାହୁଲ ଗାନ୍ଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ