ଯୌତୁକ ନିର୍ଯାତନା ଅଭିଯୋଗରେ ନବବିବାହିତା ବଧୂ ଥାନାର ଦ୍ୱାରସ୍ଥ

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ):  କେନ୍ଦ୍ରାପଡ଼ା ଯୌତୁକ ନିର୍ଯାତନା ଅଭିଯୋଗରେ ନବବିବାହିତା ବଧୂ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଜୟନଗର ପଞ୍ଚାୟତ ରାଉଳିଆ ଗାଁରେ । ରାଜକନିକା ବରୁଣାଡିହା ଗାଁର ବିଷ୍ଣୁ ଚରଣ ଜେନାଙ୍କ ଝିଅ ମଧୁସ୍ମିତା ଜେନା ବୈଦିକ ରୀତି ନୀତିରେ ଚଳିତ ବର୍ଷ ଜୁନ ଆଠ ତାରିଖରେ ଜୟନଗର ରାଉଳିଆ ଗାଁର ଜଗବନ୍ଧୁ ପଲ୍ଲାଇଙ୍କ ପୁଅ ଜୟ ପ୍ରକାଶ ପଲ୍ଲାଇଙ୍କୁ ବିବାହ କରିଥିଲେ । ବିବାହ ବେଳେ ବର ପକ୍ଷର ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ ମଧୁସ୍ମିତା ଙ୍କ ବାପା ।

କିନ୍ତୁ ବିବାହ ର ଦୁଇମାସ ନପୂରୁଣୁ ଅଧିକ ଯୌତୁକ ବାବଦକୁ ଗାଡି ପାଇଁ ଦାବି କରିବା ଓ ବିବାହ ପୂର୍ବରୁ ଅନ୍ୟ ଏକ ଝିଅ ସହିତ ଜୟ ପ୍ରକାଶ ଙ୍କର ଅବୈଧ ସମ୍ପର୍କ ଥିଲା ଯାହା ଆଜି ଯାଏଁ ରହିଛି । ତେଣୁ ବାରମ୍ବାର ମୋ ଝିଅକୁ ସେମାନେ ମାଡ଼ ମାରିବା ସହିତ ଗାଡି ଦାବି କରି ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା । ତେବେ ଏନେଇ ମଧୁସ୍ମିତାଙ୍କୁ ଧରି ଆଜି ବାପ ଓ ମା ରାଜକନିକା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’