Masthead

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଜଣେ ଶିକ୍ଷକରେ ଚାଲିଛି ୫ଟି ହାଇସ୍କୁଲ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ନାଁ କୁ ମାତ୍ର ହାଇସ୍କୁଲ । ବିଭିନ୍ନ ରଙ୍ଗୀନ ଫଟୋ ଚିତ୍ରରେ ଶୋଭା ପାଉଛି ବିଦ୍ୟାଳୟ କାନ୍ଥ ଗୁଡିକ । ଶ୍ରେଣୀ କୋଠରୀ ଗୁଡିକ ମଧ୍ୟ ବେଶ ଚକା ଚକ ଦିଶୁଛି । ସତେ ଯେପରି ଛାତ୍ର ଛାତ୍ରୀ ମାନେ ଏକ ଅତ୍ୟାଧୁନିକ ପରିବେଶ ଭିତରେ ପାଠ ପଢି ନିଜର ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଛନ୍ତି । ତେବେ ଏସବୁ ଭିତରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବାକୁ ନାହାଁନ୍ତି ଆବଶ୍ୟକ ଶିକ୍ଷକ । ଜଣେ ମାତ୍ର ହିନ୍ଦୀ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢା । ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଏପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତର କାଦବାହାଳ ପଞ୍ଚଖଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ । ୧୯୮୨ ମସିହାରେ ସ୍ଥାପିତ ଏହି ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ ବିଗତ ଦିନରେ ଅଞ୍ଚଳ ର ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସାଜିଥିଲା । ଆଜି କିନ୍ତୁ ଆଉ ସେ ପରିସ୍ଥିତି ନାହିଁ ।ଏହି ହାଇସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀ ରେ ସମୁଦାୟ ୬୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ଏହି ଦୁଇ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବର୍ତମାନ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।

ଦୀର୍ଘ ୭ ବର୍ଷ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ଚଳିତ ବର୍ଷ ୨ ଜଣ ଶିକ୍ଷକ ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ କେବଳ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଏଥି ସହିତ ଅଛନ୍ତି ଜଣେ ଖେଳ ଶିକ୍ଷକ ଏବଂ ଜଣେ କିରାଣୀ । ୩ ଜଣ ପିଅନ ପଦବୀ ମଧ୍ୟରୁ ମଧ୍ୟ ବର୍ତମାନ ଜଣେ ବି ପିଅନ ନାହାଁନ୍ତି । ୫ଜଣ ଟି ଜି ଟି ଶିକ୍ଷକଙ୍କ ମଧ୍ୟରୁ କୌଣସି ଗୋଟିଏ ପଦବୀ ମଧ୍ୟ ପୂରଣ ହୋଇନାହିଁ । ଯଦ୍ୱାରକି ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ହାଇସ୍କୁଲ ଗୁଡିକର ଭିତ୍ତିଭୂମିର ବିକାଶ କରି ଏକ ଅତ୍ୟାଧୁନିକ ପରିବେଶରେ ପିଲାମାନଙ୍କୁ ଶିକ୍ଷାଦାନ ଦେବାର ଲକ୍ଷ୍ୟ ରଖି ସରକାର ୫ ଟି ଯୋଜନାରେ ସାମିଲ କରିଛନ୍ତି । ଏ ଦିଗରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍କୁଲ ଗୁଡିକୁ ଶିକ୍ଷକ ଯୋଗାଇ ଦେବାରେ କିନ୍ତୁ ବିଫଳ ହୋଇଥିବା କୁହାଯାଉଛି ।

ଯାହାକୁ ନେଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ତେବେ କାଦବାହାଲ ପଞ୍ଚଖଣ୍ଡା ହାଇସ୍କୁଲରେ ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟି,ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଭିଭାବକ ମାନେ ବାରମ୍ବାର ଜିଲ୍ଲାପାଳ,ଜିଲ୍ଲାଶିକ୍ଷା ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇ ଦିଆଯାଇ ପରି ନାହିଁ । ଅନ୍ୟ ପକ୍ଷରେ ବିଗତ ଦିନରେ ଏହି ଅଂଚଳକୁ ଆସିଥିବା ୫ଟି ସଚିବଙ୍କୁ ମଧ୍ୟ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି । ଯାହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।ଏ ପରିକି ଏହାର ପ୍ରତିବାଦରେ ଆଗାମୀ ଦିନରେ ଅଞ୍ଚଳବାସୀ ବିଦ୍ୟାଳୟରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!