ନିର୍ବାଚନ ଫଳାଫଳ କ’ଣ ହେବ ଲୋକମତ ସ୍ପଷ୍ଟ ଅଛି : ଅମର ଶତପଥୀ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଆଗାମୀ ନିର୍ବାଚନକୁ ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା । କହିଛନ୍ତି କେବଳ ଏବେ ନୁହେଁ ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ସମସ୍ତ ସାଂସଦ ଓ ବିଧାୟକମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ । ସ୍ୱାଭାବିକ ଭାବେ ନିର୍ବାଚନ ବେଳେ ଅଧିକ ଯୋଗାଯୋଗରେ ରହିବାକୁ ପଡେ । ନିର୍ବାଚନ ଯେଉଁ ସମୟରେ ହେଉ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି, ତାହାକୁ ନେଇ ଆମେ ଲୋକଙ୍କ ନିକଟତର ହୋଇ ରହିଛୁ । ଲୋକମତ ସ୍ପଷ୍ଟ ଅଛି, ନିର୍ବାଚନ ଫଳାଫଳ କ’ଣ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଏବେ ନୁହେଁ, କ୍ରମାଗତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ସୁଫଳ ଲୋକଙ୍କୁ ମିଳୁଛି ।

ମଧୁବାବୁ ପେନସନ ଯୋଜନାରେ ସିଧାସଳଖ ସୁଫଳତା ସାଢ଼େ ୪ ଲକ୍ଷ ଲୋକ ପାଇବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ମୁଖ୍ୟ କାର୍ଯ୍ୟ ହୋଇଛି । ଗରିବ ଓ ସାଧାରଣ ଲୋକ ଏଥିରେ ଉପକୃତ ହେବେ ତାହା ବିଜେଡିର ଫୋକସ । ବିଜେଡି ଫୋକସକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ରାଜ୍ୟ ବିଭିନ୍ନ ଯୋଜନା ଘୋଷଣା କରିଛି, କରୁଛି । ଆଜି ନୁହେଁ ଲଗାତାର ଭାବେ ହେଉଛି । କେନ୍ଦ୍ର କଥା ଆମେ ଜାଣିନାହୁଁ । ଜନସାଧାରଣଙ୍କ ଲାଗି ଯାହା ଉଦ୍ଦିଷ୍ଟ, ଆବଶ୍ୟକତା ଭିତ୍ତିରେ ସେହି ଯୋଜନା ହେଉଛି । ସବୁ ବର୍ଗଙ୍କୁ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ