Masthead

ଘର ନଥିବାରୁ ଛେଳି ଗୁହାଳରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):   ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନ କରୁଛନ୍ତି, ଆଉ ଏହି ଯୋଜନାକୁ ସଠିକ ରୁପାୟନ କରିବା ପାଇଁ ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ତଦାରଖ କରିବା ପାଇଁ ଜନ ପ୍ରତିନୀଧି ମାନେ ରହିଛନ୍ତି । କିନ୍ତୁ ଗରିବ ଲୋକଙ୍କ ପାଖେ ପହଞ୍ଚି ପାରୁନି ସରକାରୀ ଯୋଜନା । ଯାହା ଫଳରେ ଲୋକଙ୍କ ପାଇଁ ସାତ ସପନ ପାଲଟିଛି ସରକାରୀ ଯୋଜନା। ଘର ଖଣ୍ଡିଏ ନଥିବାରୁ ଛେଳି ଗୁହାଳରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି, ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଥେଙ୍ଗଡିଆ ଗ୍ରାମରେ । ୬୫ ବର୍ଷୀୟ ରାମ ସରେନ ଏବଂ ତାଙ୍କ ସ୍ତ୍ରୀ ଗୁରୁବାରି ସରେନ,ଜମିବାଡି କିଛି ନଥିବାରୁ ଗୋଟିଏ ବାଉଁଶ ଖୁଣ୍ଟ ପୋତା ଏଜବେଷ୍ଟସ ଘରେ କାଟୁଛନ୍ତି ଦିନ।

୪/୫ ମାସ ତଳେ କାଳବୈଶାଖୀ ବାର୍ଷା ପବନରେ ସେହି ଘରଟି ଭାଙ୍ଗି ଯିବାରୁ ଏବେ ପଲିଥିନ ପକା ଛେଳି ଗୁହାଳରେ ରହୁଛନ୍ତି । ଯେଉଁଠି ଛେଳି ରହୁଛନ୍ତି ସେଇଠି ଏହି ବୃଦ୍ଧ ଦମ୍ପତି ରହୁଛନ୍ତି । ଘରର ମରାମତି ଏବଂ ସରକାରୀ ଆବାସ ଘର ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯାହା ଫଳରେ ଏହି ବର୍ଷା ପବନରେ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା କହିଛନ୍ତି । ତେଣୁ ଏହି ବୃଦ୍ଧ ଦମ୍ପତି କୁ ସରକାର ଆବସ ଯୋଜନାରେ ଖଣ୍ଡିଏ ଘର ଏବଂ ପେନସନ ଯୋଜନାରୁ ଭତ୍ତା ଯୋଗାଇ ଦେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି