Masthead

ଭାରତର ଚନ୍ଦ୍ରୟାନ ପାଇଁ ପାକିସ୍ତାନର ପ୍ରାର୍ଥନା

ପାକିସ୍ତାନ  (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀଙ୍କ ମୁହଁରେ ଚନ୍ଦ୍ରୟାନ-୩କୁ ନେଇ ଚର୍ଚ୍ଚା । ସଫଳତାର ଦୁଆ ମାଗିଲେ ପାକିସ୍ତାନୀ ଜନତା । କହିଲେ ଆଲ୍ହା ଭାରତର ଚନ୍ଦ୍ରମିଶନକୁ ସଫଳତା ଦିଅନ୍ତୁ । ଉଚ୍ଚାଭିଳାଷୀ ପ୍ରୋଜେକ୍ଟକୁ ସକ୍ସସେସ ମିଳୁ । ଯେଉଁଠି ଚନ୍ଦ୍ରଯାନକୁ ନେଇ ସାରା ଦେଶରେ ଉସôାହ ଦେଖିବାକୁ ମିଳୁଛି, ସେଠି ଦେଶ ବାହାରେ ତଥା ପଡୋଶୀ ପାକିସ୍ତାନରେ ମଧ୍ୟ ଏନେଇ ଦେଖା ଦେଇଛି ଭାଇଚାରାର ପ୍ରତିଛବି । ଭାରତର ମୁନ ମିଶନ ଚନ୍ଦ୍ରୟାନ-୩ ପାଇଁ ସଫଳ କାମନା କରୁଛି ଦେଶ । ଏହାରି ଭିତରେ ପାକିସ୍ତାନରେ ଲୋକ ଏହାକୁ କିଭଳି ଦେଖୁଛନ୍ତି, ସେ ନେଇ ପାକିସ୍ତାନୀ ୟୁ୍ୟଟୁ୍ୟବର ସୋଏବ ଚୌଧୁରୀ ଲୋକଙ୍କୁ ପଚାରି ବୁଝିଥିଲେ । ଲୋକେ ଭାରତର ଏହି ବିଜୟ ଯାତ୍ରାରେ ସାମିଲ ହେବା ପାଇଁ ଆଗ୍ରହ ଥିବା ନଜର ଆସୁଥିଲେ । ଏହା ସହ ସେମାନେ ନିଜ ଦେଶର ଅସାମର୍ଥତାକୁ ଦର୍ଶାଇ ଦୁଃଖ ପ୍ରକାଶ କରିଥିଲେ ।

ତେବେ ସମଗ୍ର ଦେଶ ଟେକ୍ନୋଲୋଜିରେ ଆଗକୁ ବଢୁଛି । ନୂଆ ନୂଆ ଇତିହାସ ରଚୁଛି । ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇବାର ଦିନରେ ଭାରତକୁ ପ୍ରଂଶସା କରିଛି ପଡୋଶୀ ପାକିସ୍ତାନ । ସେପଟେ ଋଷର ଲୁନା -୨୫ ଚନ୍ଦ୍ର ମିଶନ ବିଫଳ ହେବା ପରେ ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରୟାନ -୩ ଅବତରଣ ଉପରେ ନଜର ରଖିଛି। ଇସ୍ରୋ କହିଛି ଯେ ୨୩ ଅଗଷ୍ଟ ଶୁକ୍ରବାର ଦିନ ଭାରତର ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବ। ବର୍ତ୍ତମାନ, ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରୁ ୨୫ କିଲୋମିଟର ଦୂରରେ ଅଛି । ପାକିସ୍ତାନୀ ନିଜ ଦେଶକୁ ସମାଲୋଚନା କରୁଥିବା ଦେଖାଯାଇଥିଲା। ଆମେ କେବଳ ଅନ୍ୟ ଦେଶର ବିଫଳତାକୁ ଆଙ୍ଗୁଠି ଦେଖାଉ, କିନ୍ତୁ ନିଜେ କିଛି କରୁନାହୁଁ । ଅନ୍ୟ ଦେଶର ଲୋକମାନେ ଆମକୁ ହସନ୍ତି । ସେମାନେ ଜାଣନ୍ତି ଯେ ଆମେ କିଛି କରିପାରିବୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ