Masthead

ଚନ୍ଦ୍ରୟାନ-୩ରେ କାହିଁକି ଗୁରୁତ୍ୱପୂର୍ଣ୍ଣ ସଫ୍ଟ ଲ୍ୟାଣ୍ଡିଂ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାହିଁକି ଗୁରୁତ୍ୱପୂର୍ଣ୍ଣ ସଫ୍ଟ ଲ୍ୟାଣ୍ଡିଂ? ଚନ୍ଦ୍ରୟାନ-୩କୁ ନେଇ କାହିଁକି ନରମ ଅବତରଣକୁ ଦିଆଯାଉଛି ଅଧିକ ଗୁରୁତ୍ୱ? ଏହାର କାରଣ ହେଉଛି ଯଦି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ସଫ୍ଟ ଲ୍ୟାଣ୍ଡିଂ କରେ ତେବେ ସାଟେଲାଇଟର ଏକ ଛୋଟ ଯାନ ରୋଭର ଚନ୍ଦ୍ର ପୃଷ୍ଠରେ ବୁଲିବାରେ ସହାୟତା କରିବ । ଇସ୍ରୋ ଅନୁଯାୟୀ ମିଶନର ତିନୋଟି ଉଦେ୍ଦଶ୍ୟ ରହିଛି । ସଫ୍ଟ ଲ୍ୟାଣ୍ଡିଂରେ ମହାକାଶଯାନର କ୍ଷତି ନ ହେବା ସହ ଯାନର ଗତି ଜେଂଟଲ ଓ ନିୟନ୍ତ୍ରଣାଧିନ ବେଗରେ ରହିବ । କାରଣ ଚନ୍ଦ୍ରପୃଷ୍ଠରେ ବାୟୁର ପରିମାଣ କମ ଥାଏ । ଅମ୍ଳଜାନର ପରିମାଣ ସେଠି କମ । ଚନ୍ଦ୍ରର ପୃଷ୍ଠ ମଧ୍ୟ ପାଉଁଶ ଧୁସର ସଦୃଶ । ସେପଟେ ମହାକାଶକୁ ବୈଜ୍ଞାନିକମାନଙ୍କ ଦ୍ୱାରା ପଠାଯାଇଥିବା ସାଟେଲାଇଟର ବେଗ ଯଥେଷ୍ଟ ରହିଥାଏ । ଯାହା ଗୋଟିଏ ଏରୋପ୍ଲେନର ବେଗ ଠାରୁ ପାଖାପାଖି ୧୦ ଗୁଣ ଅଧିକ । କାରଣ ମହାକାଶରେ ଏହି ଉପଗ୍ରହ କୌଣସି ମଣିଷର ହସ୍ତକ୍ଷେପ ବିନା କାର୍ଯ୍ୟ କରିଥାଏ । ପୂର୍ବରୁ ଏଥିରେ ଯେଉଁଭଳି ଭାବେ ବ୍ୟବସ୍ଥା କରାଯାଇଥାଏ, ଉପରକୁ ଗଲେ ସାଟେଲାଇଟଟି ସେହି ହିସାବରେ କାର୍ଯ୍ୟ କରିଥାଏ । ଚନ୍ଦ୍ରର ଦୁର୍ଗମ ଅଂଚଳରେ ଦକ୍ଷିଣ ପୋଲରେ କୋଟି କୋଟି ବର୍ଷ ଧରି ଏହି ସନ୍ଧାନରେ ବ୍ୟସ୍ତ ରହିଛନ୍ତି । ତେବେ ଅର୍ଦ୍ଧ ଶତାଦ୍ଦୀ ପୂର୍ବରୁ ଆପୋଲୋ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ କ୍ଷଣସ୍ଥାୟୀ ସେସମୋମିଟର ଛାଡିଥିଲେ । ସେମାନେ ଆବିସ୍କାର କରିଥିଲେ ଯେ ଜହ୍ନର କାର୍ଯ୍ୟକାରିତା ଜୀବନ୍ତ ଥିଲା । କାରଣ ଚନ୍ଦ୍ର ସାଟେଲାଇଟକୁ ଧକ୍କା ଦେଇଥିଲା । କିଛି କ୍ଷଣ ପାଇଁ ସୃଷ୍ଟି ହୋଇଥିଲା କମ୍ପନ । ଏହାର କାରଣ ଥିଲା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ଯେଉଁଥି ପାଇଁ ଚନ୍ଦ୍ରରେ ଯଦି କୌଣସି ସାଟେଲାଇଟ ଯାଏ ତେବେ ଏହାର ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ