Masthead

ଚନ୍ଦ୍ର ପୃଷ୍ଠରେ ବୁଲୁଛି ରୋଭର ପ୍ରଜ୍ଞାନ, ଖୋଜୁଛି ଅଜଣା ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ର ପୃଷ୍ଠରେ ବୁଲୁଛି ପ୍ରଜ୍ଞାନ । ଖୋଜୁଛି ଅଜଣା ତଥ୍ୟ । ଶିବଶକ୍ତି ପଏଣ୍ଟର ଚତୁର୍ଦ୍ଦିଗରେ ଘୁରି ବୁଲିଛି ରୋଭର । ସୌର ବିକିରଣ, ଉତ୍ତାପ ଓ ଧୂଳୀ ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ହଟାଇବ ପରଦା । ହାତରେ ଆଉ ୧୧ଦିନର ସମୟ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନ ତାର କାର୍ଯ୍ୟ ଜାରି ରଖିଛି । ଚନ୍ଦ୍ରପୃହ୍ଠରେ ବୁଲି ତଥ୍ୟ ସଂଗ୍ରହ କରୁଛି । ଏନେଇ ଟ୍ୱିଟ୍ କରି ଇସ୍ରୋ ସୂଚନା ଦେଇଛି।

ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ୮ ମିଟର ବାଟ ଗଡ଼ିଛି । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର। ତାର ପ୍ରତିଟି ଗତିବିଧି ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହେଉଛି। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୫ ଶହ ମିଟର ଗଡିବ। ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ। ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୧ ଦିନ ସମୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼