Masthead

ଚନ୍ଦ୍ର ପୃଷ୍ଠରେ ବୁଲୁଛି ରୋଭର ପ୍ରଜ୍ଞାନ, ଖୋଜୁଛି ଅଜଣା ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ର ପୃଷ୍ଠରେ ବୁଲୁଛି ପ୍ରଜ୍ଞାନ । ଖୋଜୁଛି ଅଜଣା ତଥ୍ୟ । ଶିବଶକ୍ତି ପଏଣ୍ଟର ଚତୁର୍ଦ୍ଦିଗରେ ଘୁରି ବୁଲିଛି ରୋଭର । ସୌର ବିକିରଣ, ଉତ୍ତାପ ଓ ଧୂଳୀ ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ହଟାଇବ ପରଦା । ହାତରେ ଆଉ ୧୧ଦିନର ସମୟ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନ ତାର କାର୍ଯ୍ୟ ଜାରି ରଖିଛି । ଚନ୍ଦ୍ରପୃହ୍ଠରେ ବୁଲି ତଥ୍ୟ ସଂଗ୍ରହ କରୁଛି । ଏନେଇ ଟ୍ୱିଟ୍ କରି ଇସ୍ରୋ ସୂଚନା ଦେଇଛି।

ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ୮ ମିଟର ବାଟ ଗଡ଼ିଛି । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର। ତାର ପ୍ରତିଟି ଗତିବିଧି ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହେଉଛି। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୫ ଶହ ମିଟର ଗଡିବ। ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ। ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୧ ଦିନ ସମୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ