Masthead

ଆରପାରିରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଅରପାରିରେ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଦେହାନ୍ତ ହୋଇଛି । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା ।

ହେଲେ ଗତକାଲି ରାତିରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଂଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । କବି ଜୟନ୍ତ ମହାପାତ୍ର ଉଭୟ ଓଡ଼ିଆ ଇଂରାଜୀରେ କବିତା ସଂକଳନ ସହ ଗପ ବହି, ଆତ୍ମଜିବନୀ ପାହିନି ରାତି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତି କରାଯାଇଛି ।

ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦା ସହ କଟକ ଖାନନଗରରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ । ଜଣେ ଯୁବସୁଲଭ, ଚିରସବୁଜ ସକାରତ୍ମକ ବ୍ୟକ୍ତି ଭାବେ ପରିଚିତ ଜୟନ୍ତ ମହାପାତ୍ର । ୧୯୨୮ ମସହାରେ ଅକ୍ଟୋବର ୨୨ ତାରିଖରେ କଟକରେ ତାଙ୍କର ଜନ୍ମ ହୋଇଥିଲା । ୨୦୦୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୨୦୦୯ ରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି