Masthead

ଘେରିଲା ଓଡ଼ିଶା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତରେ ଚାଲିଥିବା ନବ୍ୟଉଦାରତାବାଦ ଆର୍ଥିକ ନୀତି ୨୦୧୪ ମସିହାଠାରୁ ମୋଦି ସରକାର ସମୟରେ ଅତି ତୀବ୍ରତର ହୋଇଛି । ଦ୍ରୁତ କର୍ପୋରେଟ୍ ସପକ୍ଷବାଦୀ ଆର୍ଥିକନୀତି ଯୋଗୁଁ କୃଷି ଓ କୃଷକର ସ୍ଥିତି ଗଭୀର ସଂକଟ ଭିତରକୁ ଚାଲିଯାଇଛି । ଦେଶର କୃଷି ସଂକଟ, ଆର୍ଥିକ ସଂକଟ, ଶ୍ରମଜୀବୀ ଜନଗଣ ଦୂରାବସ୍ଥା, ଉକ୍ରଟ ବେକାରୀ ଲଗାମହୀନ ଦରବୃଦ୍ଧି ଜନିତ ଅତି ଅସାଧାରଣ ପରିସ୍ଥିତି ପାଇଁ ମୋଦି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଦାୟୀ କରି ଉଦବେଗ ପ୍ରକାଶ କରିଛି ଓଡ଼ିଶା ସଂଯୁକ୍ତ କିଷାନ ମୋର୍ଚ୍ଚା । ଚାଷୀଙ୍କ ଋଣଭାର ବୃଦ୍ଧି ପାଉଛି । ପରିବେଶରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଏହା ଚିତ୍ର ହିଁ କୃଷିକ୍ଷେତ୍ରରେ ଗମ୍ଭୀର ସଂକଟ ପ୍ରତିଫଳିତ କରୁଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ଖାଲି କେନ୍ଦ୍ର ସରକାରଙ୍କୁ ନୁହେଁ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛି । ଆଦାନୀ, ବେଦାନ୍ତ, ଟାଟା, ମିତ୍ତଲ ଏବଂ ଜିନ୍ଦଲ ଭଳି ବୃହତ କମ୍ପାନୀମାନଙ୍କୁ ଚାଷଜମି, ଜଙ୍ଗଲ ଜମି ଏବଂ ଖଣିଜ ସଂପଦ ଲୁଣ୍ଠନ ପାଇର୍ ନିଳନକ୍ସା ପ୍ରସ୍ତୁତ କରାଯାଉଛି । ଏନେଇ ଓଡ଼ିଶା ସରକାରଙ୍କ ନୀତି ବିରୋଧରେ ଆନେ୍ଦାଳନ ଚାଲିଛି କହି ଟାର୍ଗେଟ କରାଯାଇଛି । କୃଷକଙ୍କୁ ବିହନ, ସାର, ଔଷଧ, ଜଳ କର ଇତ୍ୟାଦିରେ ଇନପୁଟ ସବସିଡି ପରିମାଣ ବୃଦ୍ଧି କରାଯାଉ । ସମସ୍ତ ଋଣଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କୁ ଋଣମୁକ୍ତ କରିବା ପାଇଁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାସହ ଜନବିରୋଧୀ ବିଦୁ୍ୟତ ସଂଶୋଧନ ବିଲ-୨୦୨୨କୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏନେଇ ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା ପ୍ରେମସିଟଠରେ ଉଭୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ