Masthead

ସନ୍ଦେହ ଜନକ ଅବସ୍ଥାରେ ଶବ ଉଦ୍ଧାର

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତାଳଦଣ୍ଡା ମୁଖ୍ୟ କେନାଲ ରାହାମା ହାଟ ପୋଲ ନିକଟରେ ଏକ ଗଳିତ ମୃତ ଶରୀର ଠାବ କରାଯାଇଛି । ସ୍ଥାନୀୟ ବ୍ୟବସାୟୀ ସୁବାସ ସ୍ୱାଇଁ ତାଙ୍କ ଦୋକାନ ନିକଟ କେନାଲରୁ ଦୁର୍ଗନ୍ଧ ହେବାରୁ କିଛି ଲୋକ ଲଗାଇ କେନାଲ ସଫା କରିବା ସମୟରେ ଗଳିତ ମୃତ ଶରୀର ଦେଖିବାକୁ ପାଇଥିଲେ । ସଂଗେ ସଂଗେ ତିର୍ତ୍ତୋଲ ଥାନାକୁ ଅବଗତ କରାଇଥିଲେ ।

ଖବର ପାଇ ଥାନାଧିକାରୀ ଭାବଗ୍ରାହୀ ରାଉତ ଘଟଣାସ୍ଥଳରେ ପହଞ୍ଚି ଶବକୁ କୂଳକୁ ଆଣିବାର ବ୍ୟବସ୍ଥା କରିଥିଲେ । ମୃତ ବ୍ୟକ୍ତିଙ୍କ ହେଉଛନ୍ତି ବିଶ୍ୱରଞ୍ଜନ ମହାନ୍ତି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୋଳ ଛକନା ଗ୍ରାମରେ । ବିଶ୍ୱରଞ୍ଜନ ଗତ ୧୧ରୁ ନିଖୋଜ ଥିଲେ । ଏ ନେଇ ତାଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ମହାନ୍ତି ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଶ୍ୱରଞ୍ଜନ ଏବଂ ପ୍ରଜ୍ଞା ମଣିଜଙ୍ଗାରେ ଘର ଭଡା ନେଇ ରହୁଥିଲେ । ପିତା ଜ୍ଞାନରଞ୍ଜନ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ