Masthead

ସାଧାରଣ ବର୍ଗଙ୍କ ପାଇଁ ଚାଲିବ ‘ବନ୍ଦେ ସାଧାରଣ ଟ୍ରେନ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):‘ବନ୍ଦେ ଭାରତ ଏକ୍ସପ୍ରେସ’ ପ୍ରାୟ ସମସ୍ତ ବଡ ସହର ସହ ଯୋଡି ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି । ସେଥିପାଇଁ ଲୋକେ ଖୁବ ଆରାମରେ ଏଥିରେ ଯାତ୍ରା କରୁଛନ୍ତି । କିନ୍ତୁ ଏହି ଟ୍ରେନରେ ଭଡା ଅଧିକ ଥିବାରୁ ଏବେ ବି ଦେଶର ଅନେକ ଜନତା ଏଥିରେ ଯତାୟତ କରିପାରୁନାହାନ୍ତି । ତେବେ ସେହି ସାଧାରଣ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଏବଂ ଦେଶର ସାଧାରଣ ଲୋକେ କିପରି ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଫାଇଦା ନେଇପାରିବେ ସେଥିପାଇଁ କେନ୍ଦ୍ର ସରକାର ଗରିବ ଜନତାଙ୍କ ବଜେଟ ରେ ‘ବନ୍ଦେ ସାଧାରଣ ଟ୍ରେନ’ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଶେଷ ସୁତ୍ରରୁ ଜଣାପଡିଛି ଯେ ‘ବନ୍ଦେ ସାଧାରଣ ଟ୍ରେନ’ ସେହି ରୁଟ୍ ରେ ଚଳାଚଳ କରିବ ଯେଉଁ ରୁଟ୍ ରେ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଅଧିକ ରହିଛି । ଏବଂ ଟ୍ରେନରେ ଭିଡ ଯମୁଛି । ଏଥିଲାଗି ରେଳ ବିଭାଗ ପକ୍ଷରୁ ସର୍ଭେ ମଧ୍ୟ କରାଯାଇଛି । ଏହି ଟ୍ରେନର ନିର୍ମାଣ କାର୍ଯ୍ୟ ଚେନ୍ନାଇ ଇଣ୍ଟିଗ୍ରାଲ ଠାରେ ଆରମ୍ଭ ହୋଇଯାଇଛି । ଆଉ ମାତ୍ର କିଛି ମାସ ଭିତରେ ଏହାର କାର୍ଯ୍ୟ ଶେଷ ହେବ । ଏଥିରେ ସବୁ ଦ୍ୱିତୀୟ ଶ୍ରେଣୀ ର ଡବାରହିବ ।

ଏହି ଦୃଷ୍ଟିରୁ ଏଥିରେ ଯାତ୍ରୀ ଭଡା ବି କମ୍ ରହିବ । ‘ବନ୍ଦେ ଭାରତ ଏକ୍ସପ୍ରେସ’ ଭଳି ଏହି ଟ୍ରେନରେ ମଧ୍ୟ ସମସ୍ତ ସୁବିଧା ରହିବ । ସୁରକ୍ଷା ପାଇଁ ଏଥିରେ ସିସିଟିଭି କ୍ୟାମେରା ବି ଲଗାଯିବ । ଟ୍ରେନର ସ୍ପିଡ଼୍ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଠାରୁ ଅଧିକ ରହିବ ଓ ଏହାର ଷ୍ଟପେଜ୍ ସଂଖ୍ୟା କମ ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ