ବିବାହ କରିବେ କରିବେ ଟ୍ରେଣ୍ଡିଂ ସିଙ୍ଗର କୁଲ୍‌ଦୀପ୍‌, ସରିଲା ନିର୍ବନ୍ଧ

ବଡ଼ ଖବର ବ୍ୟୁରୋ: ଓଡିଆ ସଙ୍ଗୀତ ଜଗତର ଟ୍ରେଣ୍ଡିଂ ସିଙ୍ଗର କୁଲଦୀପ ପଟ୍ଟନାୟକ । ନିଜ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଓଡିଆ ଆଲବମ୍ ଦୁନିଆରେ ଏବେ ସେ ଜଣେ ଆଗଧାଡିର ସିଙ୍ଗର । ତାଙ୍କର ପ୍ରତିଟି ଗୀତ ରିଲିଜ୍ ହେବା ମାତ୍ରେ ହିଁ ଶୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିଥାଏ । ଆଉ ସବୁଠାରୁ ବେଶି ଯୁବପିଢିଙ୍କ ମୁହରେ ଏହି ଗୀତ ଶୁଣିବାକୁ ମିଳେ । ତେବେ ବର୍ତ୍ତମାନ କୁଲଦୀପ୍ ନିଜ ପର୍ଶନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ହାତକୁ ଦି ହାତ ଦେବାକୁ ଯାଉଛନ୍ତି କୁଲଦୀପ୍ । ସଂଗୀତ ଜଗତର ରାଜା କୁଲଦୀପ୍ ଏବେ ମ୍ୟାରେଜ୍ କରିବେ ସଙ୍ଗୀତ ଦୁନିଆର ଜଣେ ରାଣୀଙ୍କୁ । ଭକ୍ତିଭରା ଗୀତରୁ ରୋମାଣ୍ଟିକ୍‌, ଏମିତିକି ମନ୍ତ୍ରମୁଗ୍ଧକର ଦେଶାତ୍ମକବୋଧକ ସଂଗୀତଯାଏ, ଉଭୟଙ୍କ ସ୍ୱରର ଯାଦୁ କେବଳ ଯୁବପିଢି ନୁହେଁ ବରଂ ସବୁ ବର୍ଗର ଲୋକଙ୍କ ମନ ଜିଣିଛି । ଆଉ ଏବେ ରିୟଲ ଲାଇଫରେ ଦୁହେଁ ଦୁହିଁଙ୍କ ହାତ ଧରିବାକୁ ଯାଉଛନ୍ତି ।

ଖବର ଅନୁସାରେ କୁଲ୍‌ଦୀପ୍‌ ପଟ୍ଟନାୟକ ଓ ଈପ୍‌ସିତା ପଣ୍ଡା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସଙ୍ଗୀତ ଦୁନିଆରେ ଚର୍ଚ୍ଚିିତ ଯୋଡି ପାଲଟିଥିବା ଏହି ଦୁଇ ସିଙ୍ଗର ଏବେ ରିୟଲ ଲାଇଫରେ ଏକାଠି ହେବେ । ନିକଟରେ ସାକ୍ଷୀଗୋପାଳଠାରେ ଉଭୟଙ୍କ ନିର୍ବନ୍ଧ ସରିଛି । ଏବଂ ଆସନ୍ତା ଡିସେମ୍ବରରେ ବିବାହ ହେବ । ତେବେ ଉଭୟଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି । ଶୋସିଆଲ ମିଡିଆରେ ଏବେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ତେବେ ପୂର୍ବରୁ ରାଜଧାନୀ କୁଇନ୍‌ ନାମକ ଗୀତରେ ଉଭୟଙ୍କ ଯୋଡି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ତା ଛଡା ଦୁହେଁ ଆଲବମ୍ ଦୁନିଆର ଅନେକ ରୋମାଣ୍ଟିକ୍ ଗୀତ ମଧ୍ୟ ଗାଇଛନ୍ତି ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । କହିବାକୁ ଗଲେ ଗତ କିଛି ଦିନ ମଧ୍ୟରେ ଉଭୟ ରୋମାଣ୍ଟିକ୍‌ ସିଙ୍ଗର ଭାବେ ଆଲବମ୍ ଦୁନିଆରେ ନାଁ କରି ସାରିଲେଣି । ତେବେ ଆଗକୁ ମ୍ୟାରେଜ୍ ପରେ ବି ଦୁହେଁ ସଙ୍ଗୀତ ଦୁନିଆରେ ଧମାଲ୍ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!