Masthead

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ରାଇଗର(ବଡ଼ ଖବର ବ୍ୟୁରୋ):  ଦେଶ ସ୍ବାଧୀନତାର ୭୬ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଲୋକେ ମୌଳିକ ସୁଭିଧା ରୁ ବଞ୍ଚିତ ହୋଇ ରହିଛନ୍ତି ।ଗାଁ ରେ ପକ୍କା ରାସ୍ତା ଟିଏ ନାହିଁ।କାଦୁଅରେ ପଶି ଲୋକେ ନିଈତି ଯିବା ଆସିବା କରୁଛନ୍ତି।ଅନେକ ସମୟରେ ଏହି ରାସ୍ତାରେ ଆମ୍ବୁଲାନ୍ସ ରୋଗୀ ନେବାସମୟରେ ଫସିକି ରହିଥିବାର ନଜର ରହିଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଲଦୀଗାଁ ଠାରେ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି ବିଧାୟକ ପ୍ରକାଶ ମାଝି, ସାଂସଦ ରମେଶ ଚନ୍ଦ୍ର ମାଝି ,ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଦାବି କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି। ଗ୍ରାମବାସୀ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି।ଯୁଦ୍ଧ କାଳୀନ ଭିତରେ ରାସ୍ତା ନିର୍ମାଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।ଏହି ରାସ୍ତା ବ୍ଲକର ପାଟଖଲିଆ, ଦଲବେଡା ଓ ଚନ୍ଦାହାଣ୍ଡି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ ନିର୍ଭର କରିଥାନ୍ତି।ଏହି ରାସ୍ତା ଦେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଲୋକେ ଯିବା ଆସିବା କରିଥାନ୍ତି।ଅନ୍ୟପକ୍ଷରେ ରାସ୍ତା ନିର୍ମାଣ ପାଇଁ ଗତ ଜୁନ ମାସ ୧ତାରିଖରେ ନବରଙ୍ଗପୁର ସାଂସଦ ଶ୍ରୀ ମାଝି ଭିତିପ୍ରସ୍ତର ସ୍ଥାପନ କରିଛନ୍ତି।ଏ ଭିତରେ ୩ମାସ ବିତିଗଲାଣି କିନ୍ତୁ କେଉଁ ଠିକା ସଂସ୍ଥା ଏହି ରାସ୍ତା ର ନିର୍ମାଣ ଦାଇତ୍ୱ ନେଇଛି ତାହାର କୌଣସି ଖୋଜ ଖବର ନଥିବାରୁ ଗ୍ରାମବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଦୁର୍ଭାଗ୍ୟର ବିଷୟ ୨୦ ବର୍ଷ ହେଲା ସାଂସଦ ଶ୍ରୀ ମାଝି ଏହି ବ୍ଲକ ରୁ ବ୍ଲକ ଅଧକ୍ଷ ଠୁ ଆରମ୍ଭ କରି ଜିଲ୍ଲା ପରିଷଦ,ବିଧାୟକ, ସାଂସଦ ପର୍ୟ୍ୟନ୍ତ ନିର୍ବାଚିତ ହୋଇ ପ୍ରତିନିଧିତ୍ଵ କରୁଥିଲେବି ସ୍ଥାନୀୟ ଅଞ୍ଚଳର ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ବିମୁଖ।ବର୍ତ୍ତମାନ ତାଙ୍କ ଭାଇ ବିଧାୟକ ଅଛନ୍ତି। ଏହି ବ୍ଲକ ର ଲୋକେ ଏକ ତରଫା ଭାବରେ ତାଙ୍କୁ ମତଦାନ ଦେଇ ନିର୍ବାଚିତ କରିଥାନ୍ତି। ବିଧାୟକ ସାଂସଦ ଙ୍କ ନିଜ ବ୍ଲକ ରେ ଯଦି ଏଭଳି ଅବସ୍ଥା ତାହେଲେ ଅନ୍ୟ ବ୍ଲକ ର ବିକାଶ କିଭଳି ହୋଇଥିବ ତାହା ଏଥିରୁ ଅନୁମେୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ