Masthead

ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଟି-୨୦ ବିଶ୍ୱକପ ବିଗୁଲ ବାଜି ସାରିଛି । ଟିମ ଇଣ୍ଡିଆ ତାର ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଛି । ତେବେ ଭାରତ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ । ଏହି ମୁକାବିଲା ଅକ୍ଟୋବର ୨୪ ତାରିଖରେ ଖେଳାଯିବ । ଟି ୨୦  ଉପରେ ଯଦି ନଜର ପକାଇବା ତେବେ ଉଭୟ ଟିମ ମଧ୍ୟରେ ମାତ୍ର ୮ଟି ମ୍ୟାଚ ଖେଳାଯାଇଛି। ତେବେ ସବୁ ମ୍ୟାଚର ନେତୃତ୍ୱ ନେଇଛନ୍ତି ମହେନ୍ଦ୍ର ସିଂ ଧୋନି ।

ସେ ୭ଟି ମୁକାବିଲା ଜିତିଛନ୍ତି । ଏହାରି ଭିତରେ ଧୋନୀ ପାକିସ୍ତାନ କ୍ୟାପଟେନ ଭାବେ ଶୋଏବ ମଲିକ୍, ମହମ୍ମଦ ହଫିଜ୍ ଓ ଶାହିଦ ଆଫ୍ରିଦିଙ୍କୁ ହରାଇଛନ୍ତି । ଟିମ ଇଣ୍ଡିଆ ୨୦୦୭ ବିଶ୍ୱକପରେ ପାକିସ୍ତାନକୁ ଦୁଇଥର ହରାଇଥିଲା । ପ୍ରଥମେ ଲିଗ ମ୍ୟାଚରେ ଏବଂ ପରେ ଫାଇନାଲରେ ପାକକୁ ହରାଇଥିଲା ଭାରତ । ଏହି ବିଶ୍ୱକପରେ ପାକିସ୍ତାନର କ୍ୟାପ୍ଟେନ ଥିଲେ ମଲିକ ।

୨୦୧୨ରେ ଟି ୨୦ ବିଶ୍ୱକପରେ ଗୋଟିଏ ମ୍ୟାଚରେ ପୁଣି ପାକିସ୍ତାନ ହାରିଥିଲା । ସେତେବେଳେ ମହମ୍ମଦ ହଫିଜ କ୍ୟାପ୍ଟେନ ଥିଲେ । ୨୦୧୨ରେ ପାକିସ୍ତାନ ଟିମ ଭାରତ ଗସ୍ତରେ ଆସିଥିଲା । ତେବେ ସେହି ସମୟରେ ହୋଇଥିବା ଗୋଟିଏ ମୁକାବିଲାରେ ଭାରତ ୧୧ ରନରେ ପାକିସ୍ତାନକୁ ପରାସ୍ତ କରିଥିଲେ । ସେହିପରି ୨୦୧୪ ଟି ୨୦ ବିଶ୍ୱକପ ମୁକାବିଲାରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲେ ।

ସେତେବେଳେ ବି କ୍ୟାପ୍ଟେନ ଥିଲେ ମହମ୍ମଦ ହଫିଜ୍ । ଏହା ପରେ ୨୦୧୬ରେ ଏସିଆ କପ୍ ଓ ଟି ୨୦ ବିଶ୍ୱକପରେ ଆଫ୍ରିଦ ପାକିସ୍ତାନର କ୍ୟାପଟେନ ଥିଲେ । ତେବେ ଦୁଇଟି ଯାକ ମ୍ୟାଚରେ ଭାରତକୁ ବିଜୟ ମିଳିଥିଲା । ଦୁଇ ଟିମ ମଧ୍ୟରେ ଶେଷ ଥର ଲାଗି ୨୦୧୬ ଟି ୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚରେ ପାକିସ୍ତାନ ୬ ୱିକେଟରେ ହାରି ଯାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ