Masthead

ଫେଲ ମାରିଛି ବସୁଧା ଯୋଜନା: ଗ୍ରାମରେ ପହଞ୍ଚୁନି ପାନୀୟ ଜଳ

ବ୍ରହ୍ମଗିରି, (ବଡ଼ ଖବର ବ୍ୟୁରୋ): କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଠିକ ସେହିଭଳି ରାଜ୍ୟରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାର ବସୁଧା ଯୋଜନା କରି ଘରେ ଘରେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରି ସାଧୁବାଦ ନେଉଛନ୍ତି। ହେଲେ ଏହି ଯୋଜନାର ଅବ୍ୟବସ୍ଥା ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକ ସାହୁପଡ଼ା ସମେତ ଆଖପାଖ ୨୦ ଗ୍ରାମରେ। ଏଠି ଫେଲ ମାରିଛି ବସୁଧା ଯୋଜନା। ସୂଚନା ଅନୁଯାୟୀ, ଡିମିରିସେନା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ବଜାର ନିକଟରେ ଥିବା ବସୁଧା ଯୋଜନାର ପମ୍ପ ହାଉସରେ ଭାର୍ଗବୀ ନଦୀର ଜଳକୁ ବିଶୋଧନ କରାଯାଇ ଆଖପାଖ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ପମ୍ପ ହାଉସରୁ ପାଣି ଯାଉଛି ମାତ୍ର ଗ୍ରାମରେ ଲାଗିଥିବା ଷ୍ଟାଣ୍ଡ ପୋଷ୍ଟରୁ ପାଣି ବାହାରୁନି। ଫଳରେ ରାସ୍ତାରେ ଗାତ ଖୋଳି ମୁଖ୍ୟ ପାଇପରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। କିନ୍ତୁ ବିଡ଼ମ୍ବନା, ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ପାଇପରୁ ବି ପାଣି ବାହାରୁନି। ଫଳରେ ଲୋକେ ପୋଖରୀରୁ ପାଣି ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଖଜୁରିଆରୁ ସାହୁପଡ଼ା ଯାଇଥିବା ମୁଖ୍ୟ ପାଇପଟି ବାଟରେ ୫ରୁ ୬ ଜାଗାରେ ଫାଟିଯାଇଥିବାରୁ ଗ୍ରାମରେ ପାଣି ପହଞ୍ଚୁ ନ ଥିବା ଗ୍ରାମବାସୀ ଅଭିଯାଗ କରିଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର