Masthead

ଏସିଆନ ଗେମ୍ସ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆନ୍ ଗେମ୍ସ-୨୦୨୩ରେ । ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ଚୀନର ହୋଙ୍ଗଝାଉରେ ଆୟୋଜିତ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନର ଭାରତ ଏହି କୀର୍ତି ସ୍ଥାପନ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ମିଳିଛି । ରୁଦ୍ରାଙ୍କସ, ଐଶ୍ୱର୍ଯ୍ୟା, ଦିବ୍ୟାଂଶ ଟିମ୍‌ ଇଭେଣ୍ଟରେ ଜିତିଲେ ସ୍ୱର୍ଣ୍ଣ । ପ୍ରଥମରୁ ଏହି ତିନିଜଣ ଭଲ ପ୍ରଦର୍ଶନ କରିଚାଲିଥିଲେ । ତେବେ ତୃତୀୟ ଓ ଚତୁର୍ଥ ସିରିଜରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ପଂଚମ ଓ ଷଷ୍ଠ ସିରିଜରେ ବାଜିମାତ କରିଥିଲେ ।

ଏସିଆନ୍ ଗେମ୍ସରେ ଭାରତ ଏ ପର୍ଯ୍ୟନ୍ତ ୭ପଦକ ଜିତିଲାଣି । ପ୍ରଥମ ଦିନରେ ଭାରତ ଖାତାକୁ ଆସିଥିଲା ୫ ପଦକ । ଦ୍ୱିତୀୟ ଦିନ ଅର୍ଥାତ ସୋମବାରରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିସାରିଛି । ସେପଟେ ରୋଇଂରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ମେନ୍‌ ଫୋର ଫାଇନାଲ ଏ’ରେ ମିଳିଲା ବ୍ରୋଞ୍ଜ ପଦକ । ଯଶୱିନ୍ଦର, ଭୀମ, ପୁନୀତ, ଆଶିଷ ଜିତିଲେ ବ୍ରୋଞ୍ଜ ପଦକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ