Masthead

ଆର୍ୟନଙ୍କୁ ମିଳିବ କି ବେଲ; ଆସନ୍ତା କାଲି ହେବ ଶୁଣାଣି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଆର୍ୟନଙ୍କୁ ମିଳିଲାନି ଆଶ୍ୱସ୍ତି । ତାରିଖ ଉପରେ ତାରିଖ ଗଡି ଯାଉଛି ହେଲେ ଆର୍ୟନଙ୍କୁ ବେଲ ମିଳୁନି । ଆଜି ବେଲ ମିଳିବାର ଶୁଣାଣି ଥିଲା ହେଲେ ପୁଣିଥରେ କାଲିକୁ ଘୁଞ୍ଚିଲା ଆର୍ୟନଙ୍କ ବେଲ । ତେବେ ଆର୍ୟନଙ୍କୁ ଆହୁରି ଗୋଟେ ଦିନ ଏବେ ଜେଲରେ ରହିବାକୁ ପଡିବ ।

ଆର୍ୟନ, ମୁନମୁନ ଧମେଚା ଏବଂ ଅରବାଜ ମର୍ଚାଣ୍ଟଙ୍କ ଜାମିନ ପାଇଁ ତାଙ୍କ ଓକିଲଙ୍କ ତରଫରୁ କୋର୍ଟରେ ଯୁକ୍ତି ସରିଛି । ତେବେ ଗୁରୁବାର ହିଁ ଆର୍ୟନଙ୍କୁ ବେଲ ମିଳିପାରେ ବୋଲି ଆଶା କରାଯାଉଛି । ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହୋଇଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଆର୍ୟନଙ୍କ ଜାମିନ ଦେବା ପାଇଁ ଅନେକ ପ୍ରଚେଷ୍ଟା ଚଳାଇଥିଲେ । କିନ୍ତୁ ଆଜି ଆର୍ୟନଙ୍କୁ ବେଲ ମିଳିଲାନି । ସୂଚନା ଥାଉକି ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଧରା ପଡିବା ପରେ ଅକ୍ଟୋବର ୨ରେ ଗିରଫ ହୋଇ ମୁମ୍ବାଇରେ ଆର୍ଥର ରୋଡ ଜେଲରେ ଆର୍ୟନ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ