Masthead

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ, ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟରେ ଇତିହାସରେ ପ୍ରଥମ । ଜଣେ ଦିବ୍ୟାଙ୍ଗ ଆଇନଜୀବୀ ଇଣ୍ଟରପ୍ରିଟରଙ୍କ ଜରିଆରେ ସାଙ୍କେତିକ ଭାଷାରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଭର୍ଚ୍ଚୁଆଲ ଶୁଣାଣିର ପରିଚାଳନା କରୁଥିବା କଣ୍ଟ୍ରୋଲ ରୁମ୍‌ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନିଙ୍କୁ ସ୍କ୍ରିନ୍‌ ସ୍ପେସ୍‌ ଦେବାକୁ ମନା କରିଦେଇଥଲା। ଶୁଣାଣି ବେଳେ ସନ୍ନିଙ୍କ ପାଳି ଆସିବାରୁ ତାଙ୍କ ଇଣ୍ଟରପ୍ରିଟର ସୌରଭ ରାୟ ଚୌଧୁରୀ ସ୍କ୍ରିନ୍‌ରେ ଦେଖାଦେଇଥିଲେ।

ଯୁକ୍ତି ଆରମ୍ଭ ହେବା ମାତ୍ରେ ସନ୍ନିଙ୍କ ସାଙ୍କେତିକ ଭାଷାକୁ ସୌରଭ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ପଢ଼ିଥିଲେ। ଏହା ପରେ ସନ୍ନିଙ୍କୁ ମଧ୍ୟ ସ୍କ୍ରିନ୍‌ ସ୍ପେସ୍‌ରେ ସ୍ଥାନ ଦେବା ଲାଗି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କଣ୍ଟ୍ରୋଲ ରୁମ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଉଭୟ ସନ୍ନି ଏବଂ ସୌରଭ ସୁପ୍ରିମକୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରୁଥିବା ସ୍କ୍ରିନ୍‌ରେ ଦେଖାଯାଇଥିଲା। ଶୁଣାଣି ଶେଷ ପରେ ସୌରଭ ଓ ସିଜେଆଇଙ୍କ ପ୍ରଶଂସା କରିଥିଲେ ସନ୍ନି । ତାଙ୍କ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି ସାରା ସନ୍ନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ