ମଣିପୁରରେ ଇଣ୍ଟରନେଟ ସ୍ଥାପିତ, ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଭାଇରାଲ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁରରେ ଆସ୍ତେ ଆସ୍ତେ ହିଂସା କମିବାରେ ଲାଗିଛି । କିଛି ଦିନ ପୂର୍ବରୁ ମଣିପୁରରେ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହୋଇଥିଲା। ଇଣ୍ଟରନେଟ ଆସିବା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ମାମଲାର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଇଛି।

ଏହି ଦୁଇ ଛାତ୍ରଙ୍କ ନାମ ୧୭ ବର୍ଷିୟ ହିଜାମ ଲିନଥୋଙ୍ଗାମ୍ବି ଏବଂ ୨୦ ବର୍ଷୀୟ ଫିଜାମ ହେମଜିତ। ସୋମବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ “ଜୁଲାଇ ୨୦୨୩ ପରଠାରୁ ନିଖୋଜ ଥିବା ଫିଜାମ ହେମଜିତ ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବିଙ୍କ ଦୁଇ ଛାତ୍ରଙ୍କ ଫଟୋ ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଯାହା ସୋସିଆଲ୍ ମିଡିଆ ଭାଇରାଲ ହେଉଛି ।

ରାଜ୍ୟବାସୀଙ୍କ ଇଚ୍ଛା ଅନୁଯାୟୀ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, “ମଣିପୁର ପୋଲିସ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସହଯୋଗରେ ଦୁଇ ଛାତ୍ରଙ୍କ ନିଖୋଜ ହେବା ଘଟଣାରେ ସକ୍ରିୟ ଅନୁସନ୍ଧାନ କରୁଛି ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରୁଛି। ଏହା ବ୍ୟତୀତ ସୁରକ୍ଷା ବାହିନୀ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ